
ଓଡ଼ିଶା ଲେଖା ଅଫିସ୍: ବର୍ତ୍ତମାନର ବଡ଼ ଖବର । ନିଜ ଦେହରେ ନିଆଁ ଲଗାଇ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଛାତ୍ରୀ ଜନଙ୍କ ଶରୀରର ୯୦ପ୍ରତିଶତ ପୋଡିଯାଇଥିବା ବେଳେ ତାଙ୍କୁ ରାଉଲକେଲା ଆଇଜିଏଚ ହସ୍ପିଟାଲ୍ ଭର୍ତ୍ତି କରାଯାଇଛି। ଏଭଳି ସଙ୍ଗୀନ ଖବର ଆସିଛି ଲାଞ୍ଜିବର୍ଣା ଅଞ୍ଚଳରୁ । ସୂଚନାନୁସାରେ, ରାଜଗାଙ୍ଗପୁର ଲାଞ୍ଜିବର୍ଣା ଅଞ୍ଚଳର ଜଣେ ଛାତ୍ରୀ ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଥିଲା । ତେବେ ସ୍ଥାନୀୟ ଲୋକ ଉଦ୍ଧାର କରି ରାଉଲକେଲା ଆଇଜିଏଚ ହସ୍ପିଟାଲ୍ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଛାତ୍ରୀ ଜଣଙ୍କ ଶରୀରର ୯୦ ପ୍ରତିଶତ ପଡ଼ିଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଅଛି । ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ଥିବା ବେଳେ ସ୍ଥାନୀୟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଛି ମାସ ତଳେ ନିଜ ଦେହରେ ନିଜେ ନିଆଁ ଲଗାଇବା ଘଟଣାରେ ସରକାରଙ୍କ ଆଇନ୍ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଆଜିର ଏହି ଘଟଣା କି ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।


