
ନୟାଗଡ଼, (ଓଡ଼ିଶା ଲେଖା): ବର୍ତ୍ତମାନର ବଡ ଖବର । ଭୁସୁଡ଼ିଲା ନିର୍ମାଣଧୀନ ହସ୍ପିଟାଲର ପୁଟିକ। ପୁଟିକ ଭୁସୁଡ଼ିବା ଫଳରେ କାର୍ଯ୍ୟରତ ୪ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହାତ ମାନଙ୍କୁ ଗଣିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଉଛି । ଆହାତ ମାନେ ହେଲେ ଇଟାମାଟି ଥାନା ଅଞ୍ଚଳର ବୋଲି ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଗଣିଆ ମେଡିକାଲ ପରିସରରେ ନିର୍ମାଣଧିନ ଥିବା ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ପୁଟିକ ଭୂଷୁଡି ପଡିଛି ।

ଉକ୍ତ ପୁଟିକର ଛାତ ଆଜି ପଡିଥିବା ବେଳେ ଛାତ ଉପରେ ଛିଡା ହୋଇ କାମ କରୁଥିବା ୪ ଜଣ ଶ୍ରମିକ ଗୁରୁତର ହୋଇ ଗଣିଆ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଶ୍ରମିକ ନୟାଗଡ ଇଟାମାଟି ଥାନା ଅନ୍ତର୍ଗତ ଶରଧାପୁର ପଞ୍ଚାୟତର କାଳିଆ ଜେନା, ଦିଲ୍ଲୀପ ନାୟକ, ରାଜା ପ୍ରଧାନ, କାଳିଆ ପ୍ରଧାନ ବୋଲି ଜଣାପଡିଛି । ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଫଳରେ ଏଭଳି ଅଘଟଣ ଘଟିଥିବା ନେଇ ଆଲୋଚନା ହେଉଛି । ସେପଟେ ଗଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।


