ନୟାଗଡ଼, (ଓଡ଼ିଶା ଲେଖା): ତିନି ଦିନିଆ ସମ୍ଭାଗ ସ୍ତରୀୟ ଆଧାର ସ୍ତର ଶୈକ୍ଷିକ ପ୍ରମୁଖ କାର୍ଯ୍ୟାଶାଳା ନୟାଗଡ଼ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ପ୍ରାନ୍ତ ନୀରିକ୍ଷକ ଅଶ୍ୱିନୀ କୁମାର ନାୟକ, ଶିଶୁବାଟିକା ଶୈକ୍ଷିକ ସଂଯୋଜକ ପି. ମୋହନ ରାଓ ପାତ୍ର ପ୍ରାନ୍ତ,ପୂର୍ବସାମ୍ଭାଗ ସଂଯୋଜକ ଗିରିଶ କୁମାର ହାତୀ, ପୂର୍ବ ସମ୍ଭାଗ ଶିଶୁବାଟିକା ଶୈକ୍ଷିକ ସଂଯୋଜକ ପବିତ୍ର କୁମାର ପଣ୍ଡା , ଖୋର୍ଦ୍ଧା ବିଭାଗ ନିରୀକ୍ଷକ ପ୍ରସନ୍ନ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ତିନିଦିନ ଧରି ପୂର୍ବସାମ୍ଭାଗ ଅନ୍ତର୍ଗତ ୧୩୫ ଟି ବିଦ୍ୟାଳୟ ରୁ ଆଧାର ସ୍ତର ପ୍ରମୁଖ ଏହି କାର୍ଯ୍ୟାଶାଳା ରେ ଯୋଗଦାନ କରି ଆଧାର ସ୍ତରର ସୁପରିଚାଳନା, ଶିଶୁମାନଙ୍କ ସମଗ୍ର ବିକାଶ ଦୃଷ୍ଟିରୁ ବିଭିନ୍ନ ପ୍ରୟୋଗିକ କାଳାଂଶ ହେବା ସହିତ ଆଦ୍ୟ ଶୈଶବ ଯତ୍ନ ଓ ଶିଶୁ ଶିକ୍ଷା ସମ୍ପର୍କିତ ବିଭିନ୍ନ କlଳାଂଶ ଆୟୋଜିତ ହୋଇଥିଲା। ସମାରୋପ କାର୍ଯ୍ୟକ୍ରମ ରେ ପୂର୍ବସାମ୍ଭାଗ ସଂଯୋଜକ ମାନନୀୟ ପଙ୍କଜ କୁମାର କର ଉପସ୍ଥିତ ରହି ଗୁରୁଜୀ ଗୁରୁମାଙ୍କର ଉତ୍ତମ ମାର୍ଗ ଦର୍ଶନ କଲେ ଏବଂ ଦେଶ ଲାଗି ଉତ୍ତମ ଛାତ୍ର ଗଠନ କିପରି କରିହେବ କହିଥିଲେ।

ଖୋର୍ଦ୍ଧା ବିଭାଗର ପ୍ରାଦେଶିକ ମେଧା ଓ ଭାରତୀକୃଷ୍ଣ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ୩ୟ, ୫ମ, ୭ମ ଓ ୯ମ ଶ୍ରେଣୀରେ ପଢ଼ୁଥିବା ଶିଶୁ ଓ ତାଙ୍କ ପିତାମାତା ପୁରସ୍କୃତ, ସମ୍ବର୍ଦ୍ଧିତ ଓ ପ୍ରୋତ୍ସାହନ ରାଶି ମାନନୀୟ ପ୍ରାନ୍ତ ନିରୀକ୍ଷକଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ଅମ୍ବିକାପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ ପରିଚାଳନା ସମିତି, ସେବକସେବିକା ଓ ବିଦ୍ୟାଳୟର ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

