
ନୟାଗଡ଼, (ଓଡ଼ିଶା ଲେଖା): ମେଡ଼ିକାଲ କଲେଜ ହେବ ତ ଜିଲ୍ଲା ସଦର ମହକୁମାରରେ ହେବ ! ଏଭଳି କିଛି ନାରା ନେଇ ଜୟ ନୟାଗଡ଼ ଫାଉଣ୍ଡେସନ ନୟାଗଡ଼ ଗୋଲେଇ ଛକରୁ ଆନ୍ଦୋଳନ ଆରମ୍ଭ କରିଛି । ଆଜି ଏଭଳି ଆନ୍ଦୋଳନ ହେବାର ସ୍ଥିତି ଉପୁଜିଛି କେବଳ ଡବଲ ଇଞ୍ଜିନ ସରକାରରେ ଥିବା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁଙ୍କ ପାଇଁ । ଚଳିତ ଶୀତ ଅଧିବେଶନର ପବିତ୍ର ଗୃହରେ ବିଧାୟକ ଶ୍ରୀଯୁକ୍ତ ସ୍ୱାଇଁ ଏକ ଦାବି ନୟାଗଡ଼ ଜିଲ୍ଲା ବାସୀଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରିଥିଲା । ନୟାଗଡ଼ ସଦର ମହକୁମାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥିବା ବେଳେ ସେଠାରେ ମେଡିକାଲ କଲେଜ୍ କରିବା ପାଇଁ ଦାବି ନକରି ଚାନ୍ଦପୁରରେ ମେଡ଼ିକାଲ କଲେଜ କରିବାକୁ ସମର୍ଥନ ଜଣାଇଥିଲେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ । ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍କ ଚାନ୍ଦପୁର ହସ୍ପିଟାଲ୍ କୁ ମେଡିକାଲ କଲେଜ କରିବା ପାଇଁ ପ୍ରସ୍ତୁତି ଚାଲିଛି ଉତ୍ତର ରଖିବା ପରେ ନୟାଗଡ଼ ଜିଲ୍ଲାରେ ମେଡ଼ିକାଲ କଲେଜ ଦାବି ଦାନା ବାନ୍ଧିଥିଲା ଆନ୍ଦୋଳନ । ସୋସିଆଲ ମିଡ଼ିଆରେ ବିଧାୟକ ଦୁଷ୍ମନ୍ତ ସ୍ବାଇଁ ଓ ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାମରେ ବିକ୍ଷୋଭ ନାରା ବାଜି ଘୁରି ବୁଲିଲା ।

ଯେଉଁଥି ପାଇଁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ତଥ୍ୟ ସହ ଗୃହରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାକୁ ମେଡ଼ିକାଲ କଲେଜ କରାଯାଉ ବୋଲି ଦାବି ଉପସ୍ଥାପନ କରିବା ସହ ଯଦି ସରକାର ନୟାଗଡ଼ କଥା ଚିନ୍ତା ନକରନ୍ତି ତେବେ ଆନ୍ଦୋଳନ ହେବ ବୋଲି କଡା ଚେତାବନୀ ଦେଇଥିଲେ । ସେହିପରି ଭାବେ ବିଜେପି ନେତା ସନ୍ତୋଷ ପ୍ରଧାନ ମଧ୍ୟ ମେଡିକାଲ କଲେଜକୁ ନେଇ ମନର କଥା ସୋସିଆଲ ମିଡ଼ିଆରେ ରଖିବା ସହ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ଏହାକୁ କିଛି ମାସ ତଳେ ଜୟ ନୟାଗଡ଼ ଫାଉଣ୍ଡେସନ ମେଡିକାଲ କଲେଜ ଦାବି ନେଇ ସଂଗଠନ କରି ଦସ୍ତଖତ ଅଭିଯାନ, ସେଲ୍ଫି ପଏଣ୍ଟ କରାଯାଇ ଓ ପଦଯାତ୍ରା ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ଆଲୋଚନା ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଚୁପ୍ ହୋଇଯାଇଥିଲା ।

ତେବେ ବିଧାନସଭାରୁ ଆନ୍ଦୋଳନର ଚେତାବନୀ ଆସିବା ପରେ ଜୟ ନୟାଗଡ଼ ଫାଉଣ୍ଡେସନର ଅଧ୍ୟକ୍ଷ ଆହାଦ୍ ବସ୍କିଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ନୟାଗଡ଼ ଗୋଲେଇ ଛକରୁ ଆନ୍ଦୋଳନ କରିବା ଆରମ୍ଭ କରିଦେଇଛି । ଉକ୍ତ ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ମନୋଜ କୁମାର ସାହୁ, ବୁଦ୍ଧିଜୀବୀ ଶ୍ରୀଧର ପ୍ରଧାନ, ବରିଷ୍ଠ ନାଗରିକ ଗୋଦାବରୀଶ ସାହୁ, ସାମ୍ବାଦିକ ରାମକୃଷ୍ଣ ରଥ, ବିଶ୍ବଭୂଷଣ ମହାପାତ୍ର, ଯଯାତି କେଶରୀ ମହାପାତ୍ର, ସମାଜସେବୀ ଉମାକାନ୍ତ ମହାପାତ୍ର ପ୍ରମୁଖ ବହୁ ବୁଦ୍ଧିଜିବୀ ଓ ଯୁବକ ସାମିଲ ହୋଇଥିଲେ ।


