Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ ସଦସ୍ଯ ହେଲେ ସାଂସଦ ସମ୍ବିତ ପାତ୍ର ଓ ସାମ୍ବାଦିକ ସୁଧୀର ପଣ୍ଡା:ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛା ଓ ପ୍ରଶଂସାର ସୁଅ

Published December 4, 2025 ରାଜ୍ୟ ଖବର
SHARE

ଓଡ଼ିଶା ଲେଖା ଅଫିସ୍: ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆର ସଦସ୍ୟତା ଚୟନ କରାଯାଇଛି। ତେବେ ପୁରୀ ଲୋକସଭା ସାଂସଦ ଡ଼ ସମ୍ବିତ ପାତ୍ରଙ୍କୁ ଚୟନ କରାଯାଇଥିବା ବେଳେ ପ୍ରତିଦିନ ଖବର କାଗଜ ଓ ପ୍ରତିଦିନ ଟିଭିର ସୁଧୀର କୁମାର ପଣ୍ଡା ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ (ଭାରତୀୟ ପ୍ରେସ୍ ପରିଷଦ) ସଦସ୍ଯ ଭାବେ ମନୋନୀତ କରାଯାଇଛି। ଭାରତର ରାଜପତ୍ର (ଦି ଗେଜେଟ୍ ଅଫ୍ ଇଣ୍ଡିଆ)ରେ ପ୍ରକାଶିତ ଅଧିସୂଚନା ଅନୁଯାୟୀ, ଭାରତୀୟ ପ୍ରେସ୍ ପରିଷଦକୁ ମନୋନୀତ ହୋଇଥିବା ବ୍ଯକ୍ତି ତିନି ବର୍ଷ  ଏହାର ସଦସ୍ଯ ରହିପାରିବେ । ଶିକ୍ଷା ଓ ବିଜ୍ଞାନ, ସହିତ୍ଯ, ସଂସ୍କୃତି, ସମ୍ବାଦପତ୍ର ସହ ଜଡ଼ିତ ବ୍ଯକ୍ତି ଭାରତୀୟ ପ୍ରେସ୍ ପରିଷଦ ସଦସ୍ଯ ଭାବେ ମନୋନୀତ ହୋଇଥାନ୍ତି । ମନୋନୀତ ସଦସ୍ଯଙ୍କ ମଧ୍ୟରେ ରହିଛନ୍ତି ସୁଧୀର କୁମାର ପଣ୍ଡା (ପ୍ରତିଦିନ, ଭୁବନେଶ୍ୱର, ଓଡ଼ିଶା), ଏମ୍ ଭି ଶ୍ରେୟାଂଶ କୁମାର (ମାତୃଭୂମି, କୋଝିକୋଡ଼, କେରଳ), ଗୁରିନ୍ଦର ସିଂହ (ଇଣ୍ଡିଆନ ଅବ୍ଜର୍ଭର, ନୂଆଦିଲ୍ଲୀ), ଅରୁଣ କୁମାର ତ୍ରିପାଠୀ (ଜନ ଏକ୍ସପ୍ରେସ, ଲକ୍ଷ୍ନେ, ଉତ୍ତର ପ୍ରଦେଶ), ଆରତୀ ତ୍ରିପାଠୀ (ଜୟ ପ୍ରଦେଶ, ଲକ୍ଷ୍ନେ, ଉତ୍ତର  ପ୍ରଦେଶ), ବ୍ରଜ ମୋହନ ଶର୍ମା (ଗୁଲାବୀ ହଲଚଲ, ଜୟପୁର) । ତିନି ଜଣ ସାଂସଦ ଡ଼ ସମ୍ବିତ ପାତ୍ର (ଓଡ଼ିଶା), କାଳୀ ଚରଣ ମୁଣ୍ଡା (ଝାରଖଣ୍ଡ) ଏବଂ ନରେଶ ଗଣପତ ମହସ୍କେ (ମହାରାଷ୍ଟ୍ର) ମଧ୍ୟ ଏହାର ସଦସ୍ଯ ହୋଇଛନ୍ତି ।ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ ଭାରତର ଏକ ବୈଧାନିକ ସଂସ୍ଥା। ୧୯୬୬ରେ ପ୍ରେସ୍ କାଉନ୍ସିଲ ଆକ୍ଟ ୧୯୬୫ ଅନୁଯାୟୀ ଏହା ଗଠିତ ହୋଇଥିଲା । ଗଣମାଧ୍ୟମ ପାଇଁ ଉତ୍ସର୍ଗୀକୃତ ବିଶ୍ୱର ପ୍ରଥମ ସଂସ୍ଥାଗୁଡ଼ିକ ମଧ୍ୟରେ ଏହା ଅନ୍ଯତମ ।୧୯୭୯ରେ ଏହାର ପୁନଃପ୍ରତିଷ୍ଠା ହୋଇଥିଲା ପ୍ରେସ୍ କାଉନ୍ସିଲ ଆକ୍ଟ ୧୯୭୮ ଅନୁଯାୟୀ । ସୁପ୍ରିମ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ଚେୟାରମ୍ଯାନ ରହିଥାନ୍ତି। ବର୍ତ୍ତମାନ ଏହାର ଚେୟାରମ୍ଯାନ ରହିଛନ୍ତି ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରସାଦ ଦେଶାଇ । ଗଣମାଧ୍ୟମର ପ୍ରତିନିଧି ଭାବେ ପୂର୍ବଭାରତରୁ ସୁଧୀର କୁମାର ପଣ୍ଡା ଏକମାତ୍ର ସଦସ୍ଯ ହୋଇଥିବାରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା, ସାମ୍ବାଦିକ ସଂଘ, ସାମାଜିକ ସଙ୍ଗଠନ, ରାଜନୈତିକ ବ୍ଯକ୍ତି, ଆଇନଜୀବୀଙ୍କ ପକ୍ଷରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ଯବାଦ ଜଣାଇଛନ୍ତି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 4, 2025 December 4, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ
ଜିଲ୍ଲା ଖବର
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?