ଓଡ଼ିଶା ଲେଖା ଅଫିସ୍: ଏକ୍ସରେ ଓଡ଼ିଶା ପୋଲିସକୁ ସମାଲୋଚନା । ବଙ୍ଗାଳୀ ମାନଙ୍କୁ ଓଡ଼ିଶା ପୋଲିସ ତଡ଼ି ଦେଉଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ରା । ଓଡ଼ିଶା ପୋଲିସକୁ ଟିଏମସି ସାଂସଦ ମହୁଆ ମୈତ୍ରାଙ୍କ ଧମକ। ଓଡ଼ିଶା ଡିଜିପି ଓ ନୟାଗଡ଼ ଏସପିଙ୍କ ଉଦ୍ଦେଶ୍ୟରେ ‘ଏକ୍ସ’ରେ ଧମକ। ନୟାଗଡ଼ରୁ ୪ ବଙ୍ଗାଳୀ ଭାଷୀ ଭାରତୀୟ ନାଗରିକଙ୍କୁ ବେଆଇନ୍ ଭାବେ ତଡ଼ାଯାଇଛି ବୋଲି କହିଲେ। କେବଳ ବଙ୍ଗାଳୀ ହୋଇଥିବାରୁ ସେମାନଙ୍କୁ ତଡ଼ାଯାଇଛି ବୋଲି ମହୁଆଙ୍କ ଅଭିଯୋଗ। ବେଙ୍ଗଲରେ ଲକ୍ଷାଧିକ ଓଡ଼ିଆ ସ୍ନେହ ଓ ସମ୍ମାନର ସହ ରହୁଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ମହୁଆଙ୍କ ଧମକ। ଅନ୍ୟପଟେ ମହୁଆ ମୈତ୍ରଙ୍କ ଅଭିଯୋଗକୁ ଶତ ପ୍ରତିଶତ ମିଛ କହିଲା ନୟାଗଡ଼ ପୋଲିସ। ପରିଚୟ ପତ୍ର ଯାଞ୍ଚ କରାଯାଇଛି କିନ୍ତୁ ସେମାନଙ୍କୁ ନୟାଗଡ଼ରୁ ବାହାର କରାଯାଇନାହିଁ । ମାନ୍ୟବର ସାଂସଦ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ।

