ନରସିଂହପୁର, (ଓଡ଼ିଶା ଲେଖା): ଦୃତ ଗତି ମହା ବିପତ୍ତି କୁହାଯାଉଥିବା ବେଳେ ଏହାକୁ ମାନିବାକୁ ନାରାଜ ଜନସାଧାରଣ । ଯାହାଫଳରେ ଦିନ କୁ ଦିନ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳିଛି । ତେବେ ରବିବାର ରାତି ପ୍ରାୟ ୮ଟା ସମୟ ଜଣେ ମହିଳା ନରସିଂହପୁର କଲେଜ୍ ନିକଟରେ ରାସ୍ତା କ୍ରସ୍ କରୁଥିବା ବେଳେ ଏକ ଟିଭିଏସ ଆପାଜି ବାଇକ୍ ଦୃତ ଗତିରେ ଆସି ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍ ଚାଳକ ଓ ମହିଳା ଛିଟିକ ପଡ଼ିଥିଲେ । ତେବେ ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ମହିଳା ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାଇକ୍ ଆରୋହୀ ୨ଜଣ ଗୁରୁତର ଆହତ ହୋଇ ଚିକିତ୍ସକ ହେଉଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ହେଲେ ଗଣଗଣା ଗାଁର ମଲ୍ଲିଲତା ବାରିକ (୫୫)। ନରସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ୍ କରିବା ଶବ ବେବଚ୍ଛେଦ କରିବାକୁ ରଖିଥିବା ବାଇକ୍ ଜବତ କରି ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

