ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଇଟାମାଟି ପଞ୍ଚାୟତର ବରିଷ୍ଠ ନେତା ତଥା ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରବଣ ରାମଙ୍କ ପରଲୋକ ଘଟିଛି । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । କିଛିଦିନ ହେବ ସେ ଅସୁସ୍ଥ ଥିଲେ । ଜଣେ ଅଧ୍ୟାପକ ଭାବେ ଇଟାମାଟି ଅଞ୍ଚଳରେ ସେ ବେଶ ପରିଚିତ ଥିବା ବେଳେ ଅବସର ପରେ ଇଟାମାଟି ପଞ୍ଚାୟତ ସରପଞ୍ଚ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଏହା ସହିତ ବିଜୁ ଜନତା ଦଳର ବ୍ଲକ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଜଣେ ବିଚକ୍ଷଣ ରାଜନେତା ତଥା ସଂଗଠକ ଭାବେ ସୁପରିଚିତ ଶ୍ରୀଯୁକ୍ତ ରାମଙ୍କ ମର ଶରୀରକୁ ଇଟାମାଟି ସ୍ଥିତ ତାଙ୍କ ବାସଭବନକୁ ଆଜି ଅଣାଯାଇଥିଲା । ଖବରପାଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ । ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ନାୟକ, କଂଗ୍ରେସ ଜିଲ୍ଲା ସଭାପତି ରଣଜିତ୍ ଦାଶ ପ୍ରମୂଖ ଶ୍ରୀଯୁକ୍ତ ରାମଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ।


