Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଦିନିକିଆ ଭଞ୍ଜନଗର ଗସ୍ତରେ ଜିଲ୍ଲାପାଳ:ଚକ୍ର ଘାଟି ବୁଲିଲେ, ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଲେ

Published November 30, 2025 ସ୍ୱତନ୍ତ୍ର ଖବର
SHARE

ଭଞ୍ଜନଗର (ଓଡ଼ିଶା ଲେଖା): ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତିଭାସନ୍ ଶନିବାର ଭଞ୍ଜନଗର ଗସ୍ତରେ ଆସି ଆସିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତଦାରଖ କରିଥିଲେ। ପ୍ରଥମେ ସ୍ଵାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ କର୍ମକ୍ଷେତ୍ର ଚନ୍ଦ୍ରଗିରି ଜଙ୍ଗଲରେ ଚାଲିଥିବା ଚକ୍ରଘାଟି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଉକ୍ତ ସ୍ଥାନରେ ପ୍ରାୟ ୬ କୋଟି ଟଙ୍କାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଏବଂ ବନ ବିଭାଗ ପକ୍ଷରୁ ଚାଲିଥିବା ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଏକ ୱାଚ୍ ଟାୱାର୍ ଓ ପର୍ଯ୍ୟଟକଙ୍କ ନିମନ୍ତେ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ଏହି ସମସ୍ତ କାର୍ଯ୍ୟର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ଭଞ୍ଜନଗରକୁ ପୌର ପରିଷଦ ନେଇ ଘୋଷଣା କରାଯିବା ପରେ ଲୋକଙ୍କୁ କିପରି ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯାଇପାରିବ ସେନେଇ ଆଲୋଚନା କରିଥିଲେ। ସହର ମଧ୍ୟରେ ରହିଥିବା ପୁରୁଣା ଜେଲ୍ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ପ୍ରାୟ ୨ ଏକର ଜାଗାରେ ଏକ ସୁପର୍ ମାର୍କେଟ୍ କମ୍ପେକ୍ସ ନିର୍ମାଣ ନେଇ ପ୍ରସ୍ତାବ ରହିଛି। ଉକ୍ତ ସ୍ଥାନ ବୁଲି ଦେଖିବା ସହ ନିର୍ମାଣ ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସର ଡିପିଆର୍ ( ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ସମ୍ପର୍କରେ ବୁଝିଥିଲେ। ପରେ କବିସମ୍ରାଟ ଷ୍ଟାଡ଼ିୟମ ବୁଲିବା ସହ ଏହାର ଉନ୍ନତିକରଣ, ଗ୍ୟାଲେରି, ପୋଡ଼ିଅମ ଆଦି ନିର୍ମାଣ ନେଇ ଆଲୋଚନା କରିଥିଲେ।

ଏହାପରେ ସହର ମଧ୍ୟରେ ରହିଥିବା ଭଞ୍ଜ ସାହିତ୍ୟ ପରିଷଦର ଉନ୍ନତିକରଣ ସହ ଏଠାରେ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଓ କୃତୀ ସମ୍ପର୍କିତ ଏକ ମ୍ୟୁଜିୟମ୍ ନିର୍ମାଣ ହେବା ନେଇ ପ୍ରସ୍ତାବ ରହିଥିବା ବେଳେ ତାକୁ ମଧ୍ୟ ବୁଲି ଦେଖିଥିଲେ। ପ୍ରସ୍ତାବିତ ମୁନିସିପାଲିଟି ପାଇଁ ନୂତନ କୋଠା ନିମନ୍ତେ ଜାଗା, ଘୁମୁସର କ୍ଲବ୍‌ର ଉନ୍ନତିକରଣ କରିବା ନେଇ ସେହି ସ୍ଥାନ ମଧ୍ୟ ବୁଲି ଦେଖିଥିଲେ । ଏଥିସହ ଆଇଏଏସ୍ ଓ ଓଏଏସ୍ ଭଳି ସିଭିଲ ସର୍ଭିସ ପରୀକ୍ଷା ନିମନ୍ତେ ଆଶାୟୀଙ୍କ ପାଇଁ ଜିଲ୍ଲାରେ ଆଗାମୀ ଦିନରେ ୩ଟି ମାଗଣା କେନ୍ଦ୍ର ବ୍ୟବସ୍ଥା ଗ୍ରହଣ ନିମନ୍ତେ ଜିଲ୍ଲା ପ୍ରଶାସନ ନିଷ୍ପତି ନେଉଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଠାରେ ମଧ୍ୟ ଏକ କୋଚିଂ କେନ୍ଦ୍ର କରାଯିବା ଲାଗି ଏକ ପୁରୁଣା ହଷ୍ଟେଲକୁ ଚୟନ କରାଯାଇଥିବା ବେଳେ ତାକୁ ମଧ୍ୟ ବୁଲି ଦେଖିଥିଲେ। ଏଭଳି କୋଚିଂ ସେଣ୍ଟର୍ ଏଠାରେ ଖୋଲିବା ପରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ ବୋଲି ମତପ୍ରକାଶ ପାଇଛି। ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବିଡିଓ ଭାରତୀ ଦେବୀ, ନଗରପାଳ ଗୋପବନ୍ଧୁ ମହାପାତ୍ର, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲିକୃଷ୍ଣ ପଣ୍ଡା, ଅତିରିକ୍ତ ତହସିଲଦାର ଅବିନାଶ ମାହାର ପ୍ରମୁଖ ଉପସ୍ଥିତ ଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha November 30, 2025 November 30, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ଏକ ଅପୂରଣୀୟ ଶୂନ୍ୟତା

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?