ନୟାଗଡ଼, (ଓଡ଼ିଶା ଲେଖା): ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟରେ ଚଢ଼ାଉ କରିଛି ନୟାଗଡ଼ ବନ ବିଭାଗ । ବନ ବିଭାଗ ରୁ ଅନୁମତି ନ ନେଇ ମହାବିଦ୍ୟାଳୟ ପରିସରରୁ ଗଛ କାଟି ବିବାଦ ଘେରକୁ ଆସିଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷା ।ଗୋଟେ ନୁହେଁ କି ଦୁଇଟି ନୁହେଁ ମହାବିଦ୍ୟାଳୟରେ ପରିସରରେ ୮ରୁ ୧୦ଟି ଗଛ କାଟି ଦେଇଥିବା ଜଣାପଡିବା ପରେ ବନ ବିଭାଗ ମହାବିଦ୍ୟାଳୟକୁ ଜାଇ ଚଢ଼ାଉ କରିଛି । କଟା ଯାଇଥିବା ଗଛ ଜବତ କରି ବନ ବିଭାଗ କର୍ମଚାରୀ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିବା ଜଣାପଡ଼ିଛି ।

ମହାବିଦ୍ୟାଳୟ ପରିସରରେ ଥିବା ଶିରିଶ ଗଛ, କଦମ୍ବ ଗଛ, ଦେବ ଦାରୁ ଓ ବଉଳ ଗଛ ୮ରୁ ଅଧିକ ଗଛ କାଟି ଦେଇଥିବା ଜଣାପଡିଛି । ଗଛ କାଟିବା ପୁର୍ବରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବନ ବିଭାଗ ପକ୍ଷରୁ ଅନୁମତି ନେବାର ଥିଲା କିନ୍ତୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମ ଖିଆଲ ମନୋଭାବ ଯୋଗୁଁ ଆଜି ମହାବିଦ୍ୟାଳୟରେ ବନ ବିଭାଗ ଚଢ଼ାଉ କରିଛି । ଯାହାକୁ ନେଇ ମହାବିଦ୍ୟାଳୟ ନିନ୍ଦିତ ହେବାକୁ ପଡୁଛି ।

ତେବେ ବନ ବିଭାଗ ଗୋଟିଏ ଟ୍ରିପ କାଠ ଜବତ୍ କରିଛି । ମହାବିଦ୍ୟାଳୟ ପରିସର ସ୍ୱଚ୍ଛ ରଖିବା ସହ ଛାତ୍ରୀ ମାନଙ୍କ ସୁବିଧା ଓ ମହାବିଦ୍ୟାଳୟର ଉନ୍ନତି କରଣ ପାଇଁ ଗଛ ଗୁଡ଼ିକ କଟାଯାଇଛି । ଏହି ଗଛ ଗୁଡ଼ିକ କାଟିବା ପାଇଁ ଅନୁମତି ନିଆଯାଇ କଟା ଯାଏ ବୋଲି ଜାଣିନାହାନ୍ତି କିନ୍ତୁ ଗଛ କାଟିବା ସମୟରେ ବନଖଣ୍ଡ ଅଧିକାରୀଙ୍କ ଅନୁମତି ଲୋଡ଼ିଥୀଲୁ ବୋଲି ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସ୍ମିତାରାଣୀ ରାଉତରାୟ ପ୍ରକାଶ କରିଛନ୍ତି ।

ଅନୁମତି ନନେଇ ମନ ଇଚ୍ଛା ଗଛ କାଟିବାର ଅଭିଯୋଗ ଆସିବା ପରେ ରେଞ୍ଜ ଅଫିସରଙ୍କୁ ତଦନ୍ତ କରିବା ନିର୍ଦ୍ଦେଶ ଦିଆଯାଇଛି ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି। ବିନା ଅନୁମତିରେ ଗଛ କାଟିବା ଯୋଗୁଁ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ନାମରେ ବନ ବିଭାଗରେ ମାମଲା ରୁଜୁ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।


