Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ଜିଲ୍ଲାର ଦାଦନ ଦୁଃଖ:ଜିଲ୍ଲପାଳଙ୍କ ଅଭିଯୋଗ ଶୁଣାଣିରେ ଶିଶୁ,ନାବାଳିକା ଓ ମହିଳାଙ୍କୁ ବିକ୍ରି ଅଭିଯୋଗ

Published November 18, 2025 ରାଜ୍ୟ ଖବର
Oplus_16908288
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଉପରେ ଦାଦନ ଦଲାଲଙ୍କ ନଜର । ଦାଦନ ଖଟାଇବାକୁ ନେଇ ବାହାର ରାଜ୍ୟରେ ବିକ୍ରି କରିଦେଉଥିଲା ଦଲାଲ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ଶିଶୁ, ନାବାଳିକା ଓ ମହିଳା ମିଶି ୭ଜଣଙ୍କୁ ନୟାଗଡ଼ ଜିଲ୍ଲାରୁ ଦାଦନ ଖଟାଇବାକୁ ନେଇ ବାହାର ରାଜ୍ୟରେ ବିକ୍ରି କରିଦେଇ ଥିବା ନେଇ ନଭେମ୍ୱର ତୃତୀୟ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଅଭିଯୋଗ ହୋଇଥିଲା ।ଏଭଳି ସାଙ୍ଘାତିକ ଅଭିଯୋଗ ଜିଲ୍ଲା ପୋଲିସ୍ ଓ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଦାଦନ ମୁକ୍ତ କରେଇବା କହି ରାଜ୍ୟରେ ବିଜେପି ଡବଲ ଇଞ୍ଜିନ ସରକାର କରିଥିବା ବେଳେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଥିବା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ ଆଡ଼କଟା ପଞ୍ଚାୟତରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାରେ ଗଣିଆ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ଆଡ଼କଟା ପଞ୍ଚାୟତ ଆଡ଼କଟା ଗାଁରୁ ଦୁଇ ମହିଳା ସାଙ୍ଘାତିକ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ପହଞ୍ଚି ଥିଲେ । ଏବଂ ଅଭିଯୋଗରେ, ତିନି ମାସ ତଳେ ବୌଦ୍ଧ ଜିଲ୍ଲାର ଚନ୍ଦନ ଗଡ଼ତିଆ ଆଡ଼କଟା ଗାଁରରେ ପହଞ୍ଚି ବୁଲୁ ପ୍ରଧାନଙ୍କ ମାଧ୍ୟମରେ ଆଡ଼କଟା ଗାଁରୁ ଅନେକ ଲୋକଙ୍କୁ ନେଇ ହାଇଦ୍ରାବାଦ ଦାଦନ ଖଟାଇବାକୁ ନେଇଥିଲେ । ସେଠାରେ ଅକଥନୀୟ ଅତ୍ୟାଚାର ଓ ନିର୍ଯ୍ୟାତନା ଦେବାରୁ କିଛି ଖସି ଆସିଥିବା ବେଳେ ୭ଜଣଙ୍କୁ ଦଲାଲ୍ ମାନେ ବିକ୍ରି କରିଦେବା ନେଇ ଅଭିଯୋଗ ହୋଇଛି । ପ୍ରତ୍ୟେକ ବ୍ୟକ୍ତି ପିଛା ମଜୁରି ଆକାରରେ ୪୦ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଦେଇଥିଲେ। ଚନ୍ଦ୍ରମଣି ପ୍ରଧାନଙ୍କ ନାବାଳିକା ଝିଅ, ତାଙ୍କ ସମ୍ପର୍କୀୟ କିରଣ ପ୍ରଧାନ, ବର୍ଷା ପ୍ରଧାନ ଏବଂ ମୀନା ପ୍ରଧାନଙ୍କ ଭାଇ କିଶୋର ପ୍ରଧାନ, ଭାଉଜ ସଞ୍ଜୁ ପ୍ରଧାନ ଏବଂ ଛୋଟ ପୁତୁରା ଶିଶିର ପ୍ରଧାନ ନିଖୋଜ ଥିବା ଅଭିଯୋଗ ହୋଇଛି। ଏହାସହ ଆଡ଼କଟା ଗ୍ରାମର ପପୁନ ଗଡ଼ିତିଆ ମଧ୍ୟ ସେମାନଙ୍କ ସହ ନିଖୋଜ ରହିଛି। ସଂପର୍କରେ ଆଜି ଚନ୍ଦ୍ରମଣି ଓ ମୀନା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଛନ୍ତି। ଚନ୍ଦ୍ରମଣିଙ୍କ କହିବାନୁସାରେ, ୪୦ ହଜାର ଟଙ୍କାରେ ନେଇ ସେମାନଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରି ଦିଆଯାଇଛି। ସେମାନଙ୍କଠାରୁ ମୋବାଇଲ ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଛି। ଫଳରେ ସେମାନେ କାହା ସହ ଯୋଗାଯୋଗ କରିପାରୁନାହାନ୍ତି ସେଠାରୁ ଖସି ଆସି ପାରୁନାହାନ୍ତି। ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ଚନ୍ଦ୍ରମଣି କହିଛନ୍ତି । ତେବେ ଏହି ଅଭିଯୋଗ ହେବା ପରେ ପୋଲିସ ଓ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha November 18, 2025 November 18, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ରାଜନୀତିରାଜ୍ୟ ଖବର

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ

Odisha Lekha August 30, 2026
ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

Odisha Lekha August 30, 2026
ରାଜନୀତିରାଜ୍ୟ ଖବର

ଅପାରଗ ଜିଲ୍ଲା ପ୍ରଶାସନ:ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ, ଅନ୍ୟପଟେ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ: ଥାନା ସମ୍ମୁଖରେ ବିଜେଡ଼ି ନେତା ଓ କର୍ମୀଙ୍କ ଧାରଣା

Odisha Lekha August 28, 2026
ରାଜ୍ୟ ଖବର

ସଂଖ୍ୟାଲଘୁ ସେଲ: ନିଯୁକ୍ତ ହେଲେ ସାଂଗଠନିକ ସଭାପତି ଓ ସାଧାରଣ ସମ୍ପାଦକ

Odisha Lekha August 26, 2026
ରାଜ୍ୟ ଖବର

ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବେ ନେତା:୩ନେତାଙ୍କୁ ଦାୟିତ୍ବ ଦେଲେ ନବୀନ

Odisha Lekha August 17, 2026
ରାଜ୍ୟ ଖବର

ବିଜେପି ନେତାଙ୍କୁ ସାମ୍ବାଦିକ ସମ୍ମିଳନୀରେ ଧୋଇଲେ ଅରୁଣ:ବିଜେପି ସରକାର ଏବେ ପେପର୍ ଲିକ୍ ସରକାର:ଅରୁଣ

Odisha Lekha July 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?