ଓଡ଼ିଶା ଲେଖା ଅଫିସ୍: ଚିକିତ୍ସାଧିନ ଅବସ୍ଥାରେ ଆରପାରିକୁ ଚାଲିଗଲେ ଓଡ଼ିଶାର ପ୍ରତିଭାମାନ ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ହ୍ୟୁମାନ ସାଗର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି । ଆଉ ଶୁଣିବାକୁ ମିଳିବନି ହ୍ୟୁମାନ କଣ୍ଠସ୍ବର । ତାଙ୍କ ପରଲୋକ ଖବର ବିଜୁଳି ବେଗରେ କ୍ଷେପି ଯିବା ପରେ ଏମ୍ସ ହସ୍ପିଟାଲ ପରିସରରେ ଗହଳି ଲାଗି ରହିଛି । ଲିଭର ଜନିତ ସମସ୍ୟାରେ ସେ ଚିକିତ୍ସିତ ହେଉଥିଲେ । ତେବେ ହ୍ୟୁମାନ ସାଗର ଶୀଘ୍ର ଆରୋଗ୍ୟ ଲାଭ କରିବା ପାଇଁ ଶୁଭେଚ୍ଛୁ ଓ ହ୍ୟୁମାନ ଫ୍ୟାନ୍ ମାନେ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଥିବା ଆଜି ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଛି । ହ୍ୟୁମାନଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ଆଲବମ ଦୁନିଆରେ ଶୋକର ଛାୟା ଖେଳିଯାଇଛି ।


