ନରସିଂହପୁର, (ଓଡ଼ିଶା ଲେଖା): ନରସିଂହପୁର-ବଡ଼ମ୍ବା ରାସ୍ତାରେ ବାଇକ ଆରୋହୀ ସହ ଜଙ୍ଗଲି ବାରହା ଧକ୍କା ହେବା ଫଳରେ ବାଇକ୍ ଆରୋହୀ ଜଣଙ୍କ ଆହାତ ହୋଇଛନ୍ତି । ଆହାତ ହୋଇଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ ନରସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ସୂଚନାନୁସାରେ, ନୂଆପାଟଣା ଗ୍ରାମର କେଦାର ବେହେରା କୌଣସି କାମରେ ନରସିଂହପୁର ଯାଇଥିଲେ । ସେଠାରୁ କାମ ସାରି ସନ୍ଧ୍ୟାରେ ବାଇକ୍ ରେ ଘରକୁ ଫେରୁଥିବା ବେଳେ ବାଗଧରିଆ ନିକଟରେ ଜଙ୍ଗଲି ବାରହା ବାଇକ୍ କୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍ ଚାଳକ କେଦାର ବାଇକ ରୁ ଛିଟିକ୍ ପଡ଼ିଥିଲେ । ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ନରସିଂହପୁର ଗୋଷ୍ଠୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କେଦାରଙ୍କ ବାମ ହାତରେ ଆଘାତ ଲାଗିଥିବା ଜଣାପଡିଛି ।


