ନରସିଂହପୁର, (ଓଡ଼ିଶା ଲେଖା): ଆଜିଠୁ ଖୋଲିଲା ସାତକୋଶିଆ ଇକୋ ରିଟ୍ରିଟ୍ । ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନରସିଂହପୁର ବାଲିପୁଟ ସାତକୋଶିଆ ଇକୋ ରିଟ୍ରିଟ୍ ର ଶୁଭ ଉଦଘାଟନ କରିଛନ୍ତି । ଶୀତ ଋତୁରେ ପ୍ରକୃତିକୁ ଭଲ ପାଉଥିବା ପ୍ରକୃତି ପ୍ରେମୀ ମାନେ ନରସିଂହପୁର ସାତକୋଶିଆ ଇକୋ ରିଟ୍ରିଟ୍ କୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସିଥାନ୍ତି । ମହାନଦୀର ସାତକୋଶିଆ ଗଣ୍ଡରେ ବୋଟିଂ କରିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ପର୍ଯ୍ୟଟକ ମାନେ ଇକୋ ରିଟ୍ରିଟ୍ ରେ ରାତ୍ରୀ ଯାପନ କରି ଶୀତୁଆ ରାତିର ମଜ୍ଜା ଉଠାଇଥାନ୍ତି ।

ତେଣୁ ଶିତ ଋତୁ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟଟକ ମାନଙ୍କ ଆଗମନ ମଧ୍ୟ ଆରମ୍ଭ ହୋଇଗଲାଣି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଇକୋ ରିଟ୍ରିଟ୍ ର ଶୁଭାରମ୍ଭ କରାଯାଇଛି। ଆଜିର ଏହି ଶୁଭାରମ୍ଭ ଦିବସରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ଦଳବେହେରାଙ୍କ ସହ ନରସିଂହପୁର ବିଡ଼ିଓ ଦାୟୀତ୍ଵରେ ଥିବା ତହସିଲଦାର ପ୍ରଳୟାନନ୍ଦ ଶତପଥି, ସ୍ଥାନୀୟ ସରପଞ୍ଚ ଶରତ ଖଟୁଆ, ଇକୋ ରିଟ୍ରିଟ୍ ର ଅଧିକାରୀ ଓ ସଦସ୍ୟ/ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।


