Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସନ୍ଦେହ ଘେରରେ ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନା: ବାସ୍ତବରେ ହୋଇଛି ମକା ଚାଷ ନା କାଗଜ କଲମରେ ସିମୀତ !

Published November 13, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): କୃଷକ ମାନଙ୍କ ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମକା ଯୋଜନା କାର୍ଯ୍ୟକାରୀ ହୋଇଛି । କୃଷକ ମାନେ ମକା ଚାଷ କରି ଲାଭବାନ ହୋଇପାରିବେ, ତେଣୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ମକା ଯୋଜନା ଲାଗୁ କରିଥିଲେ । ତେବେ ନୟାଗଡ଼ ଜିଲ୍ଲାରେ ୮ଟି ବ୍ଲକ ଥିବା ବେଳେ ନୟାଗଡ଼ କୃଷି ବିଭାଗ ତରଫରୁ ଦୁଇଟି ବ୍ଲକରେ ମକା ଚାଷ କରାଯାଉଥିବା ନେଇ ସୂଚନା ମିଳିଛି ।ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନା ୨୦୨୫-୨୬ ଆର୍ଥିକ ବର୍ଷରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ୍ ୮ଟି ପଞ୍ଚାୟତର ୬୧୧ଜଣ ଚାଷୀ ମକା ଚାଷ କରୁଥିବା ବେଳେ ଦଶପଲ୍ଲା ବ୍ଳକର ୭ଟି ପଞ୍ଚାୟତର ୬୦୬ଜଣ ଚାଷୀ ମକା ଚାଷ କରୁଥିବା ନେଇ ସୂଚନା ମିଳିଛି । ତେବେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୟାଗଡ଼ ଜିଲ୍ଲାକୁ ୬୦୦ହେକ୍ଟର ମକା ଚାଷ କରିବା ପାଇଁ ଲକ୍ଷ ରଖାଯାଇଛି । ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକକୁ ୩୦୦ହେକ୍ଟର ମକା ଚାଷ ପାଇଁ ଲକ୍ଷ ରଖାଯାଇଥିବା ବେଳେ ୬୧୧ଜଣ ଚାଷୀମାତ୍ର ୧୬୭ହେକ୍ଟର ମକା ଚାଷ କରିଛନ୍ତି ବୋଲି ବିଭାଗ ତରଫରୁ ସୂଚନା ମିଳିଛି । ସେହିପରି ଦଶପଲ୍ଲା ବ୍ଳକକୁ ୩୦୦ହେକ୍ଟର ମକା ଚାଷ ପାଇଁ ଲକ୍ଷ ରହିଥିବା ବେଳେ ସେଥିରୁ ୭ଟି ପଞ୍ଚାୟତର ୬୦୬ଜଣ ଚାଷୀ ମାତ୍ର ୧୭୪.୩୦ହେକ୍ଟର ମକା ଚାଷ କରିଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଜିଲ୍ଲା ପରିଷଦରେ ଉପସ୍ଥାପନ ହୋଇଥିବା ତଥ୍ୟ

ତେବେ ଜିଲ୍ଲାରେ ଅନେକ ଚାଷୀ ମକା ଚାଷ କରୁଥିବା ବେଳେ ନୟାଗଡ଼ କୃଷି ବିଭାଗ ରାଜ୍ୟ ସରକାରଙ୍କ ମକା ଚାଷ ଉପରେ ରହୁଥିବା ଟାର୍ଗେଟ କାହିଁକି ଶତ ପ୍ରତିଶତ ହାସଲ କରିପାରୁନାହିଁ ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲାରେ ୬୦୦ହେକ୍ଟର ଚାଷରୁ ମାତ୍ର ୩୪୧.୩୦ହେକ୍ଟର ମକା ଚାଷ ହେଉଥିବା ନେଇ ନୟାଗଡ ଜିଲ୍ଲା କୃଷି ବିଭାଗ ଜିଲ୍ଲାପରିଷଦ ଦଶମ ଅଧିବେଶନରେ ତଥ୍ୟ ଉପସ୍ଥାପନ କରିଛନ୍ତି । ଜିଲ୍ଲା ପରିଷଦ ଦଶମ ଅଧିବେଶନରେ ମକା ଚାଷକୁ ନେଇ ଉପସ୍ଥାପନ ହୋଇଥିବା ତଥ୍ୟ ବାସ୍ତବରେ ସତ୍ୟ ନା କେବଳ ଶ୍ରୀଅନ୍ନ ଯୋଜନା ମାଣ୍ଡିଆ ଚାଷ ପରି କାଗଜ କଲମରେ ହୋଇଛି ତାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୃଷି ବିଭାଗ ପକ୍ଷରୁ ଉପସ୍ଥାପନ ହୋଇଥିବା ତଥ୍ୟ ଚାଷୀମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ତେଣୁ ଶ୍ରୀଅନ୍ନ ଯୋଜନା ପରି ଓଡ଼ଗାଁରେ କାଗଜ କଲମରେ ଯେପରି ମାଣ୍ଡିଆ ଚାଷ ହୋଇଛି ବୋଲି କୁହାଯାଉଛି, ସେହିଭଳି ଭାବେ ମକା ଚାଷରେ କରାଯାଇନି ତ ? ଏହାର ତଦନ୍ତ କରି ଅଧିକରୁ ଅଧିକ ଚାଷୀ କେମିତି ମକା ଚାଷ କରି ଗୁଜୁରାଣ ମେଣ୍ଟାଇ ପାରିବେ ସେହି ଉପରେ ଜିଲ୍ଲା କୃଷି ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha November 13, 2025 November 13, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ

Odisha Lekha August 31, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ପ୍ରଥମ ବର୍ଷରେ ‘ଓଡ଼ିଶା ଲେଖା’

Odisha Lekha August 15, 2026
ସ୍ୱତନ୍ତ୍ର ଖବର

ମେଧାବୀ ଛାତ୍ରୀ ରଶ୍ମିତାଙ୍କୁ ପୁନଃ ରୋଟାରୀ କ୍ଲବର ସହାୟତା

Odisha Lekha August 7, 2026
ସ୍ୱତନ୍ତ୍ର ଖବର

ଅଗଷ୍ଟ ୫ରେ ଆସନ୍ତୁ:ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରନ୍ତୁ:ସାମ୍ବାଦିକ ଭବନ

Odisha Lekha August 2, 2026
ସ୍ୱତନ୍ତ୍ର ଖବର

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାରାଥନ ଉଦଘାଟନ: ମାଡ଼ ଖାଇଲା ଓଡ଼ିଆ ଅସ୍ମିତା:ଜୋତା ପିନ୍ଧି ନଡ଼ିଆ ଭାଙ୍ଗିଲେ ସାଂସଦ

Odisha Lekha July 19, 2026
ସ୍ୱତନ୍ତ୍ର ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ

Odisha Lekha July 15, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?