ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଭାପୁର ତହସିଲ କାର୍ଯ୍ୟାଳୟରେ ଆଜି ନୂତନ ତହସିଲଦାର ଭାବେ ଦାୟୀତ୍ଵ ଗ୍ରହଣ କରିଛନ୍ତି ଲୋପାମୁଦ୍ରା ରଥ । ପୂର୍ବରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆସିଥିଲେ। ସୂଚନାନୁସାରେ, ଭାପୁର ତହସିଲର ତତ୍କାଳୀନ ତହସିଲଦାର ଅର୍ଜୁନ କୁମାର ପ୍ରଧାନଙ୍କ ମାଲକାନଗିରି ଜିଲ୍ଲା ମୋଟୁ ତହସିଲଦାର ଭାବେ ବଦଳି କରାଯିବା ପରେ ତାଙ୍କ ସ୍ଥାନରେ ନୂତନ ତହସିଲଦାର ଭାବେ ଲୋପାମୁଦ୍ରା ରଥ କାର୍ଯ୍ୟରେ ନିଯୁକ୍ତ କରଯାଇଥିଲା । ତେବେ ଆଜି ବିଧିବଦ୍ଧ ଭାବେ ନୂତନ ତହସିଲଦାର୍ ଲୋପାମୁଦ୍ରା ରଥ ପହଞ୍ଚି ଦାୟୀତ୍ଵ ଗ୍ରହଣ କରିଥିବା ଜଣାପଡ଼ିଛି । ନୂତନ ତହସିଲଦାର କାର୍ଯ୍ୟରେ ଯୋଗ ଦେବା ପରେ ତହସିଲ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବେ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି।


