Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ଜିଲ୍ଲା ପରିଷଦର ଦଶମ ସାଧାରଣ ଅଧିବେଶନ: ଶ୍ରୀଅନ୍ନ କେଳେଙ୍କାରୀକୁ ନେଇ ହୋ ହାଲ୍ଲା:ତଦନ୍ତ କରିବ ସ୍ଵତନ୍ତ୍ର କମିଟି

Published November 12, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ହୋ ହାଲ୍ଲାରେ ସରିଲା ଜିଲ୍ଲା ପରିଷଦର ଦଶମ ସଧାରଣ ଅଧିବେଶନ । ଶ୍ରୀଅନ୍ନ କେଳେଙ୍କାରୀ, ବନ ବିଭାଗରେ କମ୍ପା ଦୁର୍ନୀତି ଓ ଜଳ ବିଭାଜିକା ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ଏହାକୁ ନେଇ ଗୃହରେ ଝଡ ସୃଷ୍ଟି ହୋଇଥିଲା । ଏହାକୁ ବିରୋଧ କରି ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ମାନେ ପବିତ୍ର ଗୃହରେ ହୋ ହାଲ୍ଲା କରିଥିଲେ । ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଷଷ୍ଠ ଜିଲ୍ଲା ପରିଷଦର ଦଶମ ସାଧାରଣ ଅଧିବେଶନ, ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ,  ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଦଶପଲ୍ଲା ବିଧାୟକ  ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୂପ୍ରିୟା  ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରାଯାଇଥିଲା ।

ପ୍ରଥମେ ଶିକ୍ଷା ଅଧିକାରୀଙ୍କ ଠାରୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରଶ୍ନ ଥିଲା , କେତେ ବିଦ୍ୟାଳୟରେ ଶିକ୍ଷକ ଯେଉଁ ସ୍କୁଲରେ ପ୍ରାରମ୍ଭରେ ଯୋଗଦାନ କରି ସେହି ବିଦ୍ୟାଳୟରେ କାର୍ଯ୍ୟ କରି ଆସୁଛନ୍ତି ଅବା କେତେ ଶିକ୍ଷକ ସେହି ଏକା ବିଦ୍ୟାଳୟରେ ଯୋଗଦାନ କରି ଅବସର ଗ୍ରହଣ କରିଛନ୍ତି । ଯେହେତୁ ଶିକ୍ଷା ବିଭାଗର ବଦଳି ପଲିସି ନାହିଁ, ତେଣୁ ସେସବୁ ଅନୁଧ୍ୟାନ କରିବାକୁ ପଡ଼ିବ ବୋଲି ଅତିରିକ୍ତ ଶିକ୍ଷା ଅଧିକାରୀ କହିଥିଲେ । ଏହାପରେ ଜିଲ୍ଲା ବନ ବିଭାଗକୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନବାଣରେ ଘାଇଲା ହୋଇଥଲା ବନ ବିଭାଗ ।

ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟାଙ୍କ ପ୍ରଶ୍ନର ସନ୍ତୋଷଜନକ  ଉତ୍ତର ବନ ବିଭାଗ ଦେଇ ନପାରିବାରୁ କ୍ଷୋଭ ପ୍ରକାଶ କରିବା ସହ ହୋ ହାଲ୍ଲା କରିଥିଲେ ଏବଂ ବିଗତ ଦିନରେ ଭିଜିଲାନ୍ସ ତଦନ୍ତ କରିବା ନେଇ ଜିଲ୍ଲା ପରିଷଦ ପ୍ରୋସେଡିଂ ସ୍ଥାନୀୟ ଦେଇଥିବା ବେଳେ କାହିଁକି ଭିଜିଲାନ୍ସକୁ ଚିଠି ଲେଖାଯାଇ ନାହିଁ ବୋଲି ସଦସ୍ୟ ମାନେ ପ୍ରଶ୍ନ କରିଥିଲେ । ଏବଂ କୃଷି ବିଭାଗର  ଆଲୋଚନାରେ ମାଣ୍ଡିଆ ଚାଷ ତଥା ଶ୍ରୀଅନ୍ନ ଯୋଜନାରେ ଜିଲ୍ଲାରେ ମାଣ୍ଡିଆ ଚାଷ ନକରି ଏନଜିଓ ମାନେ ବିଭାଗୀୟ କର୍ମଚାରୀଙ୍କୁ ଧରି କେଳେଙ୍କାରୀ କରିଥିବାକୁ ନେଇ ଜିଲ୍ଲା ପରିଷଦର ସଦସ୍ୟ/ସଦସ୍ୟା ମାନେ ହୋ ହାଲ୍ଲା କରିବା ସହ ଓଡ଼ଗାଁ ବ୍ଲକରେ ଶ୍ରୀଅନ୍ନ ଯୋଜନାକୁ ହଡ଼ପ କରିଥିବା ଏନଜିଓ ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ଦାବି ଉଠିଥିଲା । ଏବଂ କେଉଁଠି କେଉଁଠି ମାଣ୍ଡିଆ ଚାଷ ହୋଇଛି ସେଗୁଡ଼ିକ ଅନୁଧ୍ୟାନ କରିବା ପାଇଁ ସହ ଉଠାଜଳସେଚନ ବିଭାଗକୁ ତଥ୍ୟ ମଗାଯାଇଥିଲା । ପ.ଏମ.କିଷାନ/ସି.ଏମ.କିଷାନରେ ୧ଲକ୍ଷ ୧୨ହଜାର ୫୫୪ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି ।

ବୋରେଓଲ, ପୋଖରୀ,କିଷାନ ସେବାକେନ୍ଦ୍ର,ବିହନ,ସାର ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଉଦ୍ୟାନ ବିଭାଗର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ପୂରୁଣା ଆମ୍ବ ଚାରା, ଗେଣ୍ଡୁଫୁଲ, ଲେମନ ଗ୍ରାସ, ଛତୁଚାଷ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ-୧ ଓ ଗ୍ରାମ୍ୟ ଉନ୍ନୟନ-୨ ଅନ୍ତର୍ଭୁକ୍ତ ବିଭିନ୍ନ ସଡ଼କ ମରାମତି ଏବଂ ସଂଯୋଗୀକରଣ ଉପରେ ଜିଲ୍ଲାପାଳ ଏବଂ ମଂଚାସୀନ ଅତିଥିମାନେ ଆଲୋଚନା କରି ସେ ସବୁର ତ୍ୱରିତ୍ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଯେଉଁ ସବୁ କାର୍ଯ୍ୟର ସମାଧାନ ହୋଇପାରିନାହିଁ ସେସବୁକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଜିଲ୍ଲା ପରିଷଦର ସଦସ୍ୟମାନଙ୍କର ସହଯୋଗ ଲୋଡ଼ିଥିଲେ ।

ନୟାଗଡ଼ ଜିଲ୍ଲାର ଉନ୍ନତିକରଣ ଦିଗରେ ସମସ୍ତଙ୍କ ମିଳିତ ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ବିଷୟରେ ସମୀକ୍ଷା କରାଯାଇଥିଲା । ଆୟୁସ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରୁଥିବା ଯେଉଁ ଠିକା ସଂସ୍ଥାର ନିର୍ମାଣ ଅବଧି ଶେଷ ହୋଇଛି, ସେହି ସଂସ୍ଥା ଓ ବିଭାଗୀୟ ଯନ୍ତ୍ରୀଙ୍କ  ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ ନେବା ପାଇଁ ଆଲୋଚନା କରାଯାଇଛି । ପରିଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha November 12, 2025 November 12, 2025
Share This Article
Facebook Twitter Whatsapp Whatsapp
What do you think?
Love1
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା

Odisha Lekha October 16, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?