ଭୁବନେଶ୍ୱର, (ଓଡ଼ିଶା ଲେଖା): ପରମ୍ପରା ହେଉଛି ପ୍ରତ୍ୟେକ ଜାତିର ପରିଚୟ । ଏହାକୁ କେହି ଭୁଲିବା ଉଚିତ୍ ନୁହେଁ । ଆଦିବାସୀଙ୍କ ପରମ୍ପରା ଭାରତର ଇତିହାସ ଓ ସଂସ୍କୃତି ସହ ଜଡ଼ିତ । ରାଷ୍ଟ୍ରର ବିକାଶ ଲାଗି ଯୁବକ ଯୁବତୀମାନେ ଏକଜୁଟ୍ ହୋଇ କାର୍ଯ୍ୟ କରିବା ଲାଗି ୧୭ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ମାଇଁ ଭାରତ, ଖୋର୍ଦ୍ଧା ଶାଖା ଏବଂ ଗୃହ ମନ୍ତ୍ରଣାଳୟର ମିଳିତ ପ୍ରୟାସରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡ଼ିୟମ ପରିସର ମଧ୍ୟରେ ୭ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀ ସୋନାଲି ଚାନ୍ଦ, ସମ୍ମାନିତ ଅତିଥି ରୂପେ ମାଇଁ ଭାରତର ପୂର୍ବ କ୍ଷେତ୍ରର ଆଞ୍ଚଳିକ ନିର୍ଦ୍ଦେଶକ ଶିବାଜୀ ମୁରଲୀଧର ଖରାତ, ଜିଲ୍ଲା ଯୁବ ଅଧିକାରୀ ନିଗ୍ଲ କୋକୁଲା, ପ୍ରସନ୍ନ ମେହେର, ରମେଶ ଭୁଲିଆ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଦେଶର ୫ଟି ରାଜ୍ୟରୁ ୨୦୦ ଯୁବ ପ୍ରତିନିଧି ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ମାଇଁ ଭାରତର ଅଧିକାରୀ ଶୁଭେନ୍ଦ୍ର ନାଥ ସାହୁ, କୁଳମଣି ମଲ୍ଲିକ, ସ୍ୱେଚ୍ଛାସେବୀ ସତ୍ୟନାରାୟଣ ଶ୍ରୀଚନ୍ଦନ, ମନୋରଞ୍ଜନ ପାତ୍ର, ସୁପ୍ରିମ୍ ଲେଙ୍କା, ଦେବସ୍ମିତା ସାହୁ, ସୌମ୍ୟକାନ୍ତ ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


