Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ରୋଟାରୀ କ୍ଲବର ୩୬ତମ ପ୍ରତିଷ୍ଠା ଦିବସ

Published November 8, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୋଟାରୀ କ୍ଲବର ୩୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ରୋଟାରୀ କ୍ଲବ ୩୬ ବର୍ଷ ଧରି ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଆସିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା, ସ୍ବଳ୍ପ ମୂଲ୍ୟରେ ଆମ୍ବୁଲାନ୍ସ ସେବା, ନୟାଗଡ଼ ଡ଼ାକ୍ତରଖାନାରେ ଗରମ ପାଣିରେ ବ୍ୟବସ୍ଥା, ବୃକ୍ଷ ରୋପଣ, ରକ୍ତଦାନ ଶିବିର, ଚିକିତ୍ସା ଶିବିର, ମାଗଣା ଚଷମା ବଣ୍ଟନ , କୃତ୍ରିମ ଅଙ୍ଗ ପ୍ରତିରୋପଣ, ମାଗଣା ଶ୍ରବଣ ଯନ୍ତ୍ର ବଣ୍ଟନ ଇତ୍ୟାଦି ଅନେକ ସାମାଜିକ କାର୍ଯ୍ୟକ୍ରମରେ ସର୍ବଦା ଆଗରେ ରହିଛି ନୟାଗଡ଼ ରୋଟାରୀ କ୍ଲବ୍। ଆଜିର ପ୍ରତିଷ୍ଠା ଦିବସରେ ରୋଟାରୀ କ୍ଲବ ଅନେକ କାର୍ଯ୍ୟକ୍ରମ ସୂଚାରୁ ରୂପେ ତୁଲେଇ ଆସିଛି । ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ରେ ବୃକ୍ଷରୋପଣ, ସମର୍ପଣ ବୃଦ୍ଧାଶ୍ରମ ରେ ଅନ୍ତେବାସୀଙ୍କୁ ଚାଲିବାରେ ସହାୟକ ବାଡ଼ି ବଣ୍ଟନ ସହିତ “ଥିଲେ ଦିଅ ନଥିଲେ ନିଅ” ଭଳି ଏକ ନିଆରା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ରୋଟାରୀ କ୍ଲବର ସଭାପତି ବସିରନ ବିବିଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ରେ ଏକ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ମୂଖ୍ୟ ଅତିଥି ଭାବେ ରୋଟାରୀ ଓଡ଼ିଶାର ପ୍ରାନ୍ତପାଳ ରୋଟାରିଆନ ମନୋଜ ତ୍ରିପାଠୀ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଇନର ହୁଇଲ କ୍ଲବର ଚେୟାରମ୍ୟାନ ମଧୁସ୍ମିତା ତ୍ରିପାଠୀ ଓ ଉପ ପ୍ରାନ୍ତପାଳ ରୋଟାରିଆନ୍ ସନ୍ତୋଷ କୁମାର ଜେନା ଯୋଗ ଦେଇଥିଲେ । ନୟାଗଡ଼ ରୋଟାରୀ କ୍ଲବ୍ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସମସ୍ତ ଅତିଥି ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ସବୁ କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ସ୍ଥାନୀୟ ୟୁନିଟେକ ଡିଗ୍ରୀ କଲେଜର ଛାତ୍ର ମାନଙ୍କୁ ନେଇ ଏକ ନୁତନ ରୋଟ୍ରାକ୍ଟ କ୍ଲବ ଗଠନ କରାଯାଇଥିଲା । ରୋଟାରୀ କ୍ଲବ ନୟାଗଡ଼ର ପ୍ରତିଷ୍ଠାତା ସଦସ୍ୟ ସାଓ୍ବଂରମଲ ଅଗ୍ରଓ୍ବାଲ୍ ଓ ଗୋଦାବରୀଶ ସାହୁଙ୍କୁ ମୂଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ରୋଟାରିଆନ ଦୀପେଶ୍ ରଞ୍ଜନ ସାହୁଙ୍କୁ ୨୦୨୪-୨୫ର ଶ୍ରେଷ୍ଠ ରୋଟାରିଆନ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର, ଭଞ୍ଜନଗର, ଢେଙ୍କାନାଳ, ନିମାପଡ଼ା ଆଦି ବିଭିନ୍ନ ରୋଟାରୀ କ୍ଲବ୍ ସଦସ୍ୟଙ୍କ ସହ ନୟାଗଡ଼ ରୋଟାରୀ କ୍ଲବ୍ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସଭାକାର୍ଯ୍ୟ କୁ ରୋଟାରିଆନ ପ୍ରଶନ୍ନ କୁମାର ବସନ୍ତିଆ ପରିଚାଳନା କରିଥିବାବେଳେ ସଂପାଦକ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha November 8, 2025 November 8, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ଏକ ଅପୂରଣୀୟ ଶୂନ୍ୟତା

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?