ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କମଳାଡ଼ିହ ପଂଚାୟତ ବାଲିପୁଟ ଠାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ବିଧାୟକ ବିଜୟ କୁମାର ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ନରସିଂହପୁର ତହସିଲଦାର ତଥା ଛାଡଖାଇ କମିଟିର ସଭାପତି ପ୍ରଳୟାନନ୍ଦ ଶତପଥୀ ଓ ନରସିଂହପୁର ଥାନା ଅଧିକାରୀ ତଥା ଛାଡଖାଇ କମିଟିର ସମ୍ପାଦକ ଭବାନୀ ଶଙ୍କର ଖୁଣ୍ଟିଆ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଉକ୍ତ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ଏହି ଉତ୍ସବକୁ ଧୁମ ଧାମର ସହ ପାଳନ କରିଥିଲେ।


