ନୟାଗଡ଼, (ଓଡ଼ିଶା ଲେଖା): ପବିତ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନୟାଗଡ଼ ସାଗର ପୋଖରୀରେ କୂଳରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୀତୁଆ ସକାଳରେ ହଜାର ହଜାର ଦର୍ଶକ ସାଗର ପୋଖରୀ କୁଳରେ ପହଞ୍ଚି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ପୌରଧ୍ୟକ୍ଷା ନିରୁପମା ଖଟେଇ, ପୌର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଉପ ଜିଲ୍ଲାପାଳ କର୍ଣଦେବ ସମାଦ୍ଦାର, ରଣପୁର ପୂର୍ବତନ ବିଧାୟକ ତଥା ନୟାଗଡ଼ ବୋଇତ ବନ୍ଦାଣ ଉତ୍ସବ କମିଟିର ଉପଦେଷ୍ଟା ସତ୍ୟନାରାୟଣ ପ୍ରଧାନ, ପ୍ରତ୍ୟୁଷା ରଜେଶ୍ୱରି ସିଂ ଓ ନୟାଗଡ ଏସଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ, ବୋଇତ ବନ୍ଦାଣ ଯାତ୍ରା ଉତ୍ସବର ସଂପାଦକ କିଶନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଉତ୍କଳୀୟ ପରମ୍ପରା ଐତିହ୍ୟକୁ ବଜାୟ ରଖିବା ପାଇଁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେଉଛି ଆଜିର କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ସାଗର ପୋଖରୀ ଯୋଗ ଦେଇଥିଲେ । ଦର୍ଶକ ମାନଙ୍କୁ ଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ର ବାନ୍ଧି ରଖିଥିଲେ । ସ୍ଥାନୀୟ କଳାକାରଙ୍କ ଦ୍ବାରା ତଅପୋଇ ନାଟକ ପରିବେଷଣ କରାଯାଇଥିଲା ।

ନୟାଗଡ଼ ଏହି ଜନ ସମୁଦ୍ର ବୋଇତ ବନ୍ଦାଣ ଉତ୍ସବ ରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି ଅଭିନେତ୍ରୀ ଶୀତଲ । ନୟାଗଡ଼ ଏହି ଉତ୍ସବ ରେ ସକାଳୁ ସକାଳୁ ଦର୍ଶକଙ୍କ ସମାଗମ ହେବା ଭାଇଚାରାର ଉଦାହରଣ ସୃଷ୍ଟି କରିଛି । ତତ୍ ସହିତ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହ ଆମେ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ହିରୋ ହିରୋଇନ୍ ହେଇଥାଉ ପାରୁ କିନ୍ତୁ ନୟାଗଡ଼ ପ୍ରକୃତ ହିରୋ ଡ଼ ଅରୁଣ କୁମାର ସାହୁ ବୋଲି କହିଛନ୍ତି ଚୁଲବୁଲି ଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ର ।

ଆଜିର ଏହି କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରଯାଇଥିଲା । ବୋଇତ ବନ୍ଦାଣ ଉତ୍ସବ ସମୟରେ କୌଣସି ଅସୁବିଧା ସୃଷ୍ଟି ହୋଇପାରେ, ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗର କର୍ମଚାରି, ଅବକାରୀ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।


