ନରସିଂହପୁର, (ଓଡ଼ିଶା ଲେଖା): ରଗଡ଼ିପଡା ଗାଁରେ ହୃଦୟ ବିଦାରକ ଘଟଣା । ଘଟଣା ଶୁଣିଲେ ଲୋମ ଟାଙ୍କୁରି ଉଠେ ।ପାଇଖାନା ଟାଙ୍କିରେ ପଡି ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବାବେଳେ ଜଣେ ନାବାଳିକା ଥିବା ଜଣାପଡ଼ିଛି । ସୂଚନାନୁସାରେ, ରଗଡିପଡା ଅନ୍ତର୍ଗତ ତଅଳାସାହି ଗାଁରେ ମାମୁଁଘରକୁ ଆସି ଲାଟିନ ଟାଙ୍କି ରେ ପଡି ଦୁଇ ନାବାଳକ ଜଣେ ନାବାଳିକା ମୃତ। ମୃତକ ହେଉଛନ୍ତି ଶୁଭମ ନାୟକ (୩), ଶିବାନି ନାୟକ (୭), ଅଙ୍କିତ ନାୟକ (୯) ବର୍ଷ। ମୃତକ ତିନି ଜଣ ବଡମ୍ବା ଥାନା ଅନ୍ତର୍ଗତ ବଡ଼ବାରେଣା ଓ ଇଛାପୁର ଗାଁର। ବଡମ୍ବା ମେଡିକାଲ ରେ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ସହ ପୃଥକ ପୃଥକ ଅପମୃତ ମାମଲା ରୁଜୁ କରିଛି। ଆଠଗଡ଼ SDPO ବିଶ୍ୱଜିତ ମହାନ୍ତି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।


