ନୟାଗଡ଼, (ଓଡ଼ିଶା ଲେଖା): ପବିତ୍ର କାର୍ତିକ ମାସ ପଞ୍ଚୁକ କାର୍ତିକ ପୂର୍ଣ୍ଣମୀ ପାଇଁ ଶ୍ରୀ ଜଗନ୍ନାଥ ଦର୍ଶନାର୍ଥୀ ଙ୍କ ଅହେତୁକ ଭିଡ଼ ପାଇଁ ଦଶପଲ୍ଲା-ପୁରୀ ପାସେଞ୍ଜର ଟ୍ରେନ ରେ ଅଧିକ ବଗୀ ସଂଯୋଗ କରାଯାଉ, ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ଟ୍ରେନ ଦିଆଯାଉ। ସାଂସଦଙ୍କ ଟୁଇଟର ଏକ୍ସ ହାଣ୍ଡେଲ ରେ ଚିଠି ଦିଆଯାଇଛି । ନୟାଗଡ଼ ଟାଉନ ଷ୍ଟେସନ ରୁ ଜଗନ୍ନାଥଧାମ ପୁରୀ ଅଭିମୁଖେ ଯାଉଥିବା ଦଶପଲ୍ଲା-ପୁରୀ ଟ୍ରେନ ରେ ଶ୍ରଦ୍ଧାଳୁ ଭକ୍ତ ଏବଂ ଯାତ୍ରୀ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ଟ୍ରେନ ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯିବାଆସିବା କ୍ଷେତ୍ରରେ ବହୁତ ଅସୁବିଧା ହେଉଛି । ତେଣୁ ଏହି ଟ୍ରେନ ଅଧିକ ବଗୀ ସଂଯୋଗ କରାଗଲେ ଅଧିକା ଯାତ୍ରୀ ମାନଙ୍କ ପାଇଁ ପୁରୀ ଯିବା ପାଇଁ ସୁବିଧା ହୋଇ ପାରିବ । ପର୍ବପର୍ବାଣି ଦିନ ମାନଙ୍କରେ ଦଶପଲ୍ଲା, କୋରଡ଼ା, ମହୀପୁର, ନୟାଗଡ଼ ଷ୍ଟେସନରେ ଜଗନ୍ନାଥ ଦର୍ଶନ ପାଇଁ ଭକ୍ତ ମାନଙ୍କ ନାହିଁ ନଥିବା ଭିଡ଼ ହେଉଛି କିନ୍ତୁ ଟ୍ରେନରେ ସ୍ଥାନ ଅଭାବ ପାଇଁ ଯିବା ସମ୍ଭଵପର ହୋଇ ପାରୁନାହିଁ । ଏବେ କାର୍ତିକ ମାସରେ ଯାତ୍ରୀମାନଙ୍କ ଅହେତୁକ ବୃଦ୍ଧି ପାଇଛି । ଆଗକୁ ପଞ୍ଚୁକ, କାର୍ତିକ ପୂର୍ଣ୍ଣମୀ ପାଇଁ ନୟାଗଡ଼ ଜିଲ୍ଲା ଜଗନ୍ନାଥ ଭକ୍ତ ମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ପ୍ରଚଳନ କରାଯିବା ସହିତ ଯାତ୍ରୀ ଭିଡ଼ ସ୍ୱାଭାବିକ କରିବା ପାଇଁ ଦଶପଲ୍ଲା-ପୁରୀ ପାସେଞ୍ଜର ଟ୍ରେନରେ ଅଧିକ ବଗୀ ସଂଯୋଗ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବୀ କରାଯାଉଛି । ଆଶା କରୁଛି ଆପଣ ଆମର ଲୋକ ପ୍ରତିନିଧି ଭାବେ ନିଶ୍ଚିତ ଜିଲ୍ଲା ବାସୀଙ୍କ ଜଗନ୍ନାଥ ଦର୍ଶନ ପାଇଁ ସୃଷ୍ଟି ହେଉଥିବା ସମସ୍ୟା ସମାଧାନ କରିବେ ବୋଲି ପୁରୀ ଲୋକସଭା ସାଂସଦ ଡ଼ ସମ୍ବିତ ପାତ୍ରଙ୍କୁ ଚିଠି ଲେଖିଛନ୍ତି ନୟାଗଡ଼ କଂଗ୍ରେସ ସଭାପତି ରଣଜିତ୍ ଦାସ ।


