ନୟାଗଡ଼, (ଓଡ଼ିଶା ଲେଖା): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନୟାଗଡ଼ ଜିଲ୍ଲା । ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହୁଏ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୂର ଉପଭୋଗ କରନ୍ତି ପ୍ରକୃତି ପ୍ରେମୀ । ବ୍ୟତ୍ୟା “ମୋନ୍ଥା” ନେଇ ଜିଲ୍ଲାର କିଛି ପର୍ଯଟନ ସ୍ଥଳୀକୁ ପର୍ଯ୍ୟଟକ ମାନେ ନଯିବାକୁ ବାରଣ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ପାହାଡ଼ ଉପରକୁ ଯାନବାହନ ଚଳାଚଳ କରିବାରେ ବାଧା ସୃଷ୍ଟି କରିପାରେ ସେଥି ପାଇଁ ଏହାକୁ ଦୃଷ୍ଟିରେ ରଖି ଫତେଗଡ଼ ପାହାଡ଼ ଉପରେ ଥିବା ଶ୍ରୀରାମ ମନ୍ଦିର, ରଣପୁରର ମଣିନାଗ ମନ୍ଦିର ଓ କୁଆଁରିଆ ଡ୍ୟାମ ଦଶପଲ୍ଲା, ବରକନ୍ୟା ଓ ଶିମିଳି ଝରଣା ଓଡ଼ଗାଁ ଅଂଚଳକୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ନ ଯିବାକୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି ।


