ନୟାଗଡ଼, (ଓଡ଼ିଶା ଲେଖା): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ “ମୋନ୍ଥା” ସିଭିୟର ସାଇକ୍ଲୋନପ୍ରକୋପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି ।ତେବେ ସେଥିରୁ ବାଦ୍ ପଡିନି ନୟାଗଡ଼ ଜିଲ୍ଲା । ଜିଲ୍ଲାରେ ୨୭ତାରିଖ ରାତିରୁ ବର୍ଷା ଲାଗିରହିଛି ରହିଛି । ତେବେ ଜିଲ୍ଲା ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବର୍ତମାନ ସୁଦ୍ଧା ଜିଲ୍ଲାରେ ୧୭୩.୩ମିଲି ମିଟର ବର୍ଷା ହୋଇଥିବା ଆକଳନ କରାଯାଇଛି । ସର୍ବାଧିକ ୩୨.୦ମିଲି ମିଟର ବର୍ଷା ଗଣିଆ ବ୍ଲକ ଅଞ୍ଚଳରେ ହୋଇଥିବା ବେଳେ ଭାପୁର ବ୍ଲକରେ ସର୍ବନିମ୍ନ ୬.୩ମିଲି ମିଟର ବର୍ଷା ହୋଇଛି । ସେହିପରି ଖଣ୍ଡପଡ଼ା ବ୍ଲକରେ ୧୧.୨, ଦଶପଲ୍ଲା ବ୍ଲକରେ ୨୫.୮, ନୂଆଗାଁ ବ୍ଲକରେ ୧୮.୨ମିଲି ମିଟର, ଓଡ଼ଗାଁ ବ୍ଲକରେ ୨୭.୮ମିଲି ମିଟର, ନୟାଗଡ଼ ବ୍ଲକରେ ୨୧.୬ମିଲି ମିଟର ଓ ରଣପୁର ବ୍ଲକରେ ୩୦.୪ ମିଲି ମିଟର ବର୍ଷା ହୋଇଥିବା ଆକଳନ କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ୨୮ ଓ ୨୯ ତାରିକ ଦୁଇ ଦିନ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବା ପାଇଁ ଛୁଟି ଘୋଷଣା କରିଛନ୍ତି ।


