ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ଭାଇ ଚାରାର ଜିଲ୍ଲା ଭାବେ ବେଶ୍ ପରିଚିତ । ଏହାକୁ ଆହୁରି ଦୃଢ଼ିଭୁକ୍ତ କରୁଛି ନରସିଂହପୁର ଛାଡଖାଇ ମହୋତ୍ସବ । ଛାଡଖାଇ ମହୋତ୍ସବ କିପରି ପାଳନ ହେବ ସେଥିପାଇଁ ଘନ ଘନ ବୈଠକ ବସୁଛି ଏବଂ ମହୋତ୍ସବ ପାଳନ କରିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ନଭେମ୍ବର ୫ରୁ ୭ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଛାଡଖାଇ ମହୋତ୍ସବର ପଞ୍ଚମ ପ୍ରସ୍ତୁତି ବୈଠକ ବଡ଼ମ୍ବା- ନରସିଂହପୁର ସ୍ଵାଧୀନ ବିଧାୟକ ବିଜୟ କୁମାର ଦଳବେହେରାଙ୍କ ନେତୃତ୍ୱରେ ନରସିଂହପୁର ବାଖ୍ୟାନ୍ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ନରସିଂହପୁର ଅଞ୍ଚଳର ବିଭିନ୍ନ ଗ୍ରାମର ସଭାପତି ମାନଙ୍କୁ ଉକ୍ତ ବୈଠକରେ ସାମିଲ ହୋଇଥିଲେ ।

ମହୋତ୍ସବ କେମିତି ଶାନ୍ତି ଶୃଙ୍ଖଳାର ସହ ଶୁଭାରମ୍ଭ ହୋଇ ଉଦଯାପନୀ ସେ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଭାଇଚାରା ରଖି ଛାଡଖାଇ ମହୋତ୍ସବ ପାଳନ କରିବା ପାଇଁ ବିଧାୟକ ଶ୍ରୀଯୁକ୍ତ ଦଳବେହେରା ଆହ୍ବାନ ଦେଇଛନ୍ତି । ମହୋତ୍ସବର ସଭାପତି ତହସିଲଦାର ପ୍ରଳୟା ନନ୍ଦ ଶତପଥୀ, ସଂପାଦକ ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ, ଏସଡିପିଓଙ୍କ ସହ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀ, ଶିକ୍ଷାବିତ୍ ଓ ସ୍ଥାନୀୟ ଅଞ୍ଚଳର ଜନସାରଣ ଆଲୋଚନା ସାମିଲ୍ ହୋଇଥିଲେ ।


