ନୟାଗଡ଼, (ଓଡ଼ିଶା ଲେଖା): ଅକ୍ଟୋବର ମାସର ଚତୁର୍ଥ ସୋମବାର ନୟାଗଡ ଜିଲ୍ଲା ଭାପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ବ୍ଲକ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣିରେ ଭାପୁର ବ୍ଳକର ବିଭିନ୍ନ ପଞ୍ଚାୟତରୁ ୬୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ବ୍ୟକ୍ତିଗତ ସମସ୍ୟା ନେଇ ୬୧ଟି ଅଭିଯୋଗ ଆସିଥିବା ବେଳେ ଗାଁ ସମସ୍ୟା ନେଇ ୩ଟି ଅଭିଯୋଗ ଆସିଥିଲା । ତେବେ ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ପାଇବା ପାଇଁ ୪ଜଣ ଅଭିଯୋଗ କରିଥିଲେ । ତେବେ ଏହି ସମସ୍ତ ଅଭିଯୋଗକୁ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲା ତତ୍ କ୍ଷଣାତ ୧୭ଟି ଅଭିଯୋଗର ସମାଧାନ କରିଥିଲେ । ଆଜିର ଏହି ବ୍ଲକ୍ ସ୍ତରୀୟ ଜନ ଅଭିଯୋଗ ଶିବିରରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଜିଲ୍ଲା ପରିଷଦର ମୂଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ସୁଶାନ୍ତ କୁମାର ଦାସ, ଓ ଭାପୁର ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ଲାଇନ୍ ଡିପାଟମେଣ୍ଟର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।


