ନୟାଗଡ଼, (ଓଡ଼ିଶା ଲେଖା): ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା କଲେ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲା । ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ଲଘୁଚାପ “ମୋନ୍ଥା” ପାଇଁ ରାଜ୍ୟ ସରକାର ୮ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରିଥିବା ବେଳେ ଅନ୍ୟ ଜିଲ୍ଳାର ପରିସ୍ଥିତିକୁ ନେଇ ଜିଲ୍ଲାପାଳ ଛୁଟି ଘୋଷଣା କରିବାର ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ନୟାଗଡ଼ ଜିଲ୍ଲାପାଳ ଆଜି ବାତ୍ୟାର ପରିସ୍ଥିତି ସମୀକ୍ଷା କରିବା ପରେ ୨୮ ଓ ୨୯ ତାରିଖ ଦୁଇ ଦିନ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲା ଛୁଟି ଘୋଷଣା କରିଛନ୍ତି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।


