ଓଡ଼ିଶା ଲେଖା ଅଫିସ୍: ପୋଲିସ୍ ଡିଜିଙ୍କ ବଲରେ ବୋଲ୍ଡ ଆଉଟ୍ ହେଲେ ଆଇଆଇସି ଶିବ ପ୍ରସାଦ ଭଦ୍ରା । କର୍ତ୍ତବ୍ୟରେ ବଡ଼ ଧରଣର ତ୍ରୁଟି ଓ ଅବହେଳା ଯୋଗୁଁ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଆଇଆଇସି ଭଦ୍ରା । ଆଇଆଇସି ଶିବ ପ୍ରସାଦ ଭଦ୍ରା ଟାଙ୍ଗି ଥାନାରେ କାର୍ଯ୍ୟରତ ଥିବା ବେଳେ ଜଣେ ପୋଲିସର ମାନସିକ ନିର୍ଯ୍ୟାତନା ଯୋଗୁଁ ଅଟକ ଥିବା ବ୍ୟକ୍ତି ମସ୍ତିସ୍କାଘାତରେ ଶିକାର ହୋଇଥିଲେ । ଏମିତି ନିର୍ଯ୍ୟାତନା ଘଟଣା ଲୁଚାଇବାକୁ ଟାଙ୍ଗୀ ପୋଲିସ୍ ସବୁ ପ୍ରକାରର ଚେଷ୍ଟା କରିବା ସହ ଧମକ ଦେଇ ମସ୍ତିସ୍କାଘାତରେ ଶିକାର ହୋଇଥିବା ପରିବାରର ପାଟି ଚୁପ୍ କରିବାକୁ ଚେଷ୍ଟା କରିଥିଲା । ତେବେ ଏହା ଜଣାପଡିବା ପରେ ଏହାର ତଦନ୍ତ କରି ପୋଲିସ୍ ଡିଜି ଟାଙ୍ଗି ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ରାଙ୍କୁ ନିଲମ୍ବିତ କରିଛନ୍ତି ।


