Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ଉପକାରଗାରରେ ଦୁଇ ଗୋଷ୍ଠୀ ସଂଘର୍ଷ:୨୨ ଜଣ କଏଦୀଙ୍କ ନାମରେ ମାମଲା:ମୁଖ୍ୟ ଖଳନାୟକ କିଏ ତଦନ୍ତ କରୁଛି ପୋଲିସ

Published October 26, 2025 ରାଜ୍ୟ ଖବର
SHARE

ନୟାଗଡ଼,(ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ପ୍ରଥମ ଘଟଣା । କଏଦୀ କଏଦୀ ମଧ୍ୟରେ ଘମାଘୋଟ ଲଢ଼େଇ । ଲଢ଼େଇରେ ୨୨ରୁ ଉର୍ଦ୍ଧ୍ବ କଏଦୀ ଆହାତ ହୋଇଥିବା ବେଳେ ମୁଖ୍ୟ ଖଳନାୟକ କିଏ ତାହାର ତଦନ୍ତ ଆରମ୍ଭ କରିଛି ସଦର ଥାନା ପୋଲିସ । ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ଉପକାରାଗାରରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି । କର୍ମଚାରୀଙ୍କୁ ମାଡ଼ ମରାଯିବା ସହ କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏହି ଗୋଷ୍ଠୀ ସଂଘର୍ଷରେ ଅନେକ କଏଦୀ ଓ କର୍ମଚାରୀ ଆହାତ ହୋଇଛନ୍ତି । ନୟାଗଡ଼ ଉପକାରାଗାରରେ ବିଭିନ୍ନ କାରଣକୁ ନେଇ କଏଦୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । କୁହୁଳୁଥିବା ଅସନ୍ତୋଷ ଆଜି ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ଗତକାଲି ସଂନ୍ଧ୍ୟାରେ କଏଦୀମାନେ କାରାଗାର ସେଲ ଚାବି ପଡ଼ିବା ସମୟରେ ହୋହାଲ୍ଲା କରିଥିଲେ । ଉପକାରାଗାର ଅଧିକ୍ଷକ ସମସ୍ତଙ୍କୁ ବୁଝାଶୁଝା କରିଥିଲେ । ଆଜି ସକାଳୁ ୫୦ରୁ ଉର୍ଦ୍ଧ୍ୱ କଏଦୀ ଏକତ୍ରିତ ହୋଇ ବିରୋଧ କରିବା ସହ ୩ ଜଣ କର୍ମଚାରୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ପରେ ସେମାନଙ୍କ ମଧ୍ୟରେ ଦୁଇ ଗୋଷ୍ଠୀ ହୋଇ ସାଂଘାତିକ ଗଣ୍ଡଗୋଳ ଲାଗିଥିଲେ । ଖବର ପାଇ ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀ ସଦଳବଳେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ଏହି ଘଟଣାକୁ ନେଇ ଜେଲ୍ ଅଧିକ୍ଷକ ନୟାଗଡ଼ ସଦରଥାନାରେ ଲିଖିତ ଏତଲା ଦେଇଛନ୍ତି । ଏତଲା ଆଧାରରେ ୨୨ ଜଣ କଏଦୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ୨୨ ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ବିଷ୍ଣୂପ୍ରସାଦ ସାହୁ ବୋଲି ସୂଚନା ମିଳିଛି । କଏଦୀ ଓ କର୍ମଚାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଘଟଣାର ସୁତ୍ରଧର ଜଣେ ଠକ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ନାମରେ ଠକେଇ ଅଭିଯୋଗରେ ଗିରଫ ମେଳାମ୍ବ ଗ୍ରାମର ମାନସ ଏଭଳି ପରିସ୍ଥିତି ସୃଷ୍ଟି କରାଇବା ପାଇଁ ଷଡ଼ଯନ୍ତ୍ର ରଚିଥିବା ସୂଚନା ମିଳିଛି । ଉପକାରାଗାରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ପୁଲିସ ଓ ଜେଲ କର୍ତ୍ତୁପକ୍ଷ ଚେଷ୍ଟା ଚଳାଇଥିବା ଜଣାପଡ଼ିଛି । ଉପକାରାଗାରରେ ନିଅଣ୍ଟିଆ ଖାଦ୍ୟ ବଣ୍ଟନ, କାରାଗାର ମଧ୍ୟକୁ ବେଆଇନ ଭାବେ ନିଶା ଦ୍ରବ୍ୟ ଚାଲାଣକୁ ନେଇ ଏହି ବିବାଦର ଆରମ୍ଭ ହୋଇଥିବା ଜଣାପଡ଼ିଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 26, 2025 October 26, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?