ନରସିଂହପୁର, (ଓଡ଼ିଶା ଲେଖା): ଓଡ଼ିଶାରେ ଆଇନଜୀବୀଙ୍କ ସୁରକ୍ଷା ଦାବି ନେଇ ଆଜି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସମଗ୍ର ରାଜ୍ୟରେ ଆଇନଜୀବୀ ମାନେ ଆଜି ଅସୁରକ୍ଷିତ।

ଆଇନଜୀବୀ ମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଏକ ସୁରକ୍ଷା ବିଧି ଆଇନ ପ୍ରଣୟନ ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ନରସିଂହପୁର ତହସିଲଦାର ପ୍ରଳୟାନନ୍ଦ ଶତପଥୀଙ୍କ ମାଧ୍ୟମରେ ଆଜି ନରସିଂହପୁର ଓକିଲ ସଂଘର ସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଫୁଲ୍ଲ କୁମାର ପଣ୍ଡା,ଲଳିତ କୁମାର ବିଶ୍ୱାଳ, ଅମୀୟ ରଞ୍ଜନ ପଣ୍ଡା, ରବୀନ୍ଦ୍ର ସାହୁ,ଜ୍ଞାନ ରଞ୍ଜନ ନାୟକ, ସରୋଜ ମହାରଣା,ଭୂପେନ ଦାସ, ବିନୋଦ ଖଟୁଆ,ଭାରତ ଦାସ,ରାକେଶ ସାହୁଙ୍କ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।


