ନରସିଂହପୁର, (ଓଡ଼ିଶା ଲେଖା): ସର୍ଟ ସର୍କିଟରେ କାଳିଆଙ୍କ ଘରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିବା ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଘର ଭିତରେ ଥିବା ମୂଲ୍ୟବାନ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ସୂଚନାନୁସାରେ, କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କମଳାଡିହ ଗ୍ରାମ ପଞ୍ଚାୟତ ବାଲିପୁଟ ଗ୍ରାମର କାଳିଆ ବେହେରାଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ନରସିଂହପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଘର ଭିତରେ ଥିବା ଫ୍ରୀଜ୍,ଟିଭି,ମୋବାଇଲ ଏବଂ ଘର୍ ର ସମସ୍ତ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ପୋଡି ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଅଗ୍ନିକାଣ୍ଡରେ କାଳିଆଙ୍କ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି ।


