ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ ରିଜର୍ଭ ପଡିଆ ଠାରେ ୬୬ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ କାର୍ଯ୍ଯକ୍ରମରେ ଯୋଗଦେଇ ଶହୀଦ ସ୍ତମ୍ବରେ ପୁଷ୍ପଗୁଚ୍ଛ ଦେଇ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତା’ ପରେ ଶହୀଦଙ୍କ ଉଦ୍ଦେଶ୍ଯରେ ରାଜ୍ଯପାଳ ଏବଂ ମୂଖ୍ଯମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ । ୧୯୫୯ମସିହାରେ ଚିନ୍ ସୈନିକଙ୍କ ଆକ୍ରମଣରେ ଲଦାଖରେ ୧୦ଭାରତୀୟ ଜବାନଙ୍କ ବଳିଦାନକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି ।

ଦେଶରେ ଏହାଭିତରେ ୩୯୦୦ରୁ ଅଧିକ ଜବାନ ଦେଶ ପାଇଁ ବଳିଦାନ ଦେଇଛନ୍ତି । ସେହିପରି ଭାବେ ନୟାଗଡ଼ରେ ହୋଇଥିବା ମାଓବାଦୀ ହମଲାରେ ଶହୀଦ ହୋଇଥିବା ବୀର ଜବାନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯେଉଁମାନେ ନୟାଗଡ଼ ମାଟି ମାଆ ପାଇଁ ବଳିଦାନ ଦେଇ ଶହୀଦ ହୋଇଛନ୍ତି, ସେମାନଙ୍କ ବଳିଦାନ ବ୍ୟର୍ଥ ଜିବନାହିଁ ଏବଂ ଶହୀଦ ବୀର ଜବାନଙ୍କ ଆମ ମାନଙ୍କ ପାଇଁ ଚିର ନମସ୍ୟ ବୋଲି ଉଦ୍ଧୋଧନ ରଖିଥିଲେ ଆରକ୍ଷୀ ଅଧିକ୍ଷକ ଆଇପିଏସ୍ ଏସ ସୁଶ୍ରୀ ।

ଏହି କାର୍ଯ୍ଯକ୍ରମରେ ଡିଏସପି ସୁକାନ୍ତ କୁମାର ପାତ୍ର, ଦମନ ଚରଣ ଟୁଡୁ, ନୟାଗଡ଼ ଏସଡିପିଓ ଜ୍ୟୋତିରଂଜନ ସାମନ୍ତରାୟ, ଆଇଆଇସି ରଶ୍ମିରଂଜନ ପ୍ରଧାନ, ସଦର ଆଇଆଇସି ଶରତ କୁମାର ସେଠୀଙ୍କ ରିଜର୍ଭ ପୋଲିସ ଇନ୍ସପେକ୍ଟର ବିଜୟ କୁମାର ମୁଦୁଲି, ବିରଞ୍ଚ ନାରାୟଣ ସାହୁ ଓ ଧନଞ୍ଜୟ ବେହେରାଙ୍କ ସହ ବହୁ ପୋଲିସ ଅଧିକାରୀ ଯୋଗଦେଇଥିଲେ ।



