ନୟାଗଡ଼,(ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ହଜିଯାଇଥିବା ଓ ଚୋରୀ ହୋଇଥିବା ମୋବାଇଲ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ ଏବଂ ବରିଷ୍ଠ ପୁଲିସ ଅଧିକାରୀ ଉକ୍ତ ବଣ୍ଟନ କାର୍ଯ୍ୟକ୍ରମର ଉପସ୍ଥିତ ରହିଥିଲେ । ବିଗତ ଦିନରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଚୋରୀ ହୋଇଥିବା ମୋଇବାଲ ସମ୍ପର୍କରେ ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରିଥିଲା । ଜିଲ୍ଲା ପୋଲିସ ସାଇବର ଟିମ୍ ଉକ୍ତ ଚୋରୀ ମୋବାଇକ ଗୁଡ଼ିକ ଉଦ୍ଧାର କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା ।

ଉଦ୍ଧାର ହୋଇଥିବା ୧୦୫ଟି ମୋବାଇଲକୁ ଉପଯୁକ୍ତ ପ୍ରମାଣ ଆଧାରରେ ଆଜି ଅଭିଯୋଗକାରୀ ତଥା ମୋବାଇଲ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି । ଜିଲ୍ଲା ପୋଲିସର ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।


