ଓଡ଼ିଶା ଲେଖା ଅଫିସ: ବିସିସିଆଇର 94ତମ ସାଧାରଣ ବୈଠକ ମୁମ୍ବାଇ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ସାଧାରଣ ବୈଠକରେ ବହୁ ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବିସିସିଆଇ ସାଧାରଣ ବୈଠକରେ ବିଭିନ୍ନ ପଦବୀ ପରିବର୍ତ୍ତନ କରାଯାଇ ନୂତନ କମିଟି ଗଠନ କରାଯାଇଛି। ମିଥୁନ ମନହାସଙ୍କୁ ବିସିସିଆଇର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା ବେଳେ ରାଜୀବ ଶୁକ୍ଲାଙ୍କୁ ବିସିସିଆଇର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଦେବଜିତ ସୈକଙ୍କୁ ବିସିସିଆଇର ସଂପାଦକ ଓ ସାଧାରଣ ସଂପାଦକ ଭାବେ ପ୍ରଭତେଜ ଭାଟିଆଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଏ ରଘୁରାମ ଭଟ୍ଟ ବିସିସିଆଇର କୋଷଧ୍ୟାକ୍ଷ ନିଯୁକ୍ତ କରାଯାଇଛି। ପୂର୍ବରୁ ବିସିସିଆଇର ଅଧ୍ୟକ୍ଷ ଭାବେ ରୋଜର ବିନ୍ନି ନିଯୁକ୍ତ ହୋଇଥିଲେ, ତେବେ ତାଙ୍କ ସ୍ଥାନରେ ମିଥୁନ ମନହାସଙ୍କୁ ନୂତନ ଅଧ୍ୟକ୍ଷ ଭାବେ ଆଜି ଘୋଷଣା କରାଯାଇଛି।

