୧୦ମୃତ,୨୪ସଙ୍କଟାପନ୍ନ:ଦିଲ୍ଲୀ ସହ ପୁରୀରେ ହାଇଆଲାର୍ଟ
ଓଡ଼ିଶା ଲେଖା ଅଫିସ୍: ବର୍ତ୍ତମାନର ବଡ଼ ଖବର। ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ହାଇଆଲାର୍ଟ। ଦିଲ୍ଲୀ ହାଇଆଲର୍ଟ ସହ ଓଡ଼ିଶାର ପୁରୀ ଶ୍ରୀମନ୍ଦିରରେ ମଧ୍ୟ ହାଇଆଲର୍ଟ କରାଯାଇଛି ।ଦିଲ୍ଲୀ ଲାଲ କିଲ୍ଲା ନିକଟରେ ଭୟଙ୍କର ବିସ୍ପୋରଣ ଘଟିଛି । ଭୟଙ୍କର ବିସ୍ପୋରଣରେ ମୃତ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ମୃତ ସଂଖ୍ୟା ଆହୁରୀ ବଢିପାରେ ବୋଲି ଅନୁମାନ କରାଯାଉଛି । ତେବେ ଏଭଳି ବିସ୍ପୋରଣ କେମିତି ଘଟିଲା ଦିଲ୍ଲୀ ପୋଲିସ୍ ତନାଘନା କରିବା ସହ ବିଭିନ୍ନ ରାସ୍ତାରେ କଡ଼ାକଡ଼ି ଚେକିଂ କରାଯିବା ସହ ହାଇ ଆଲର୍ଟ ଜାରି କରାଯାଇଛି । ତେବେ ଏହି ବିସ୍ପୋରଣ କାର ବିସ୍ପୋରଣ କହୁଥିବା ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି ।

ଦିଲ୍ଲୀର ଏହି ବିସ୍ପୋରଣକୁ ନେଇ ମଧ୍ୟ ପୁରୀ ଶ୍ରୀମନ୍ଦିର ସହ ବିଭିନ୍ନ ରାସ୍ତାରେ କଡ଼ାକଡ଼ି ଯାଞ୍ଚ କରାଯାଉଛି ଏବଂ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । କେବଳ ଦିଲ୍ଲୀ ଓ ପୁରୀ ନୁହେଁ ମୁମ୍ବାଇରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଦେଶର ରାଜଧାନୀ ଉପରେ ଏଭଳି ଭୟଙ୍କର ବିସ୍ପୋରଣକୁ ନେଇ ସାରା ଦେଶ ସ୍ତବ୍ଦ ପାଲଟିଯାଇଥିବା ବେଳେ ବିସ୍ଫୋରଣରେ ୩ଜଣ ଗୁରୁତର ଥିବାବେଳେ ୨୪ଜଣ ସଙ୍କଟାପନ୍ନ ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଦିଲ୍ଲୀ ଲାଲ କିଲ୍ଲା ପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ଏଭଳି ଭୟଙ୍କର ବିସ୍ଫୋରଣ ଘଟିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

