ଓଡ଼ିଶା ଲେଖା ଅଫିସ:ଆମ ବସ ଠିକା ନେଇଥିବା ସଂସ୍ଥା ବିରୋଧରେ ଗର୍ଜିଲେ ଆମ ବସ ଡ୍ରାଇଭର । ଠିକରେ ଦରମା ମିଳୁନଥିବାରୁ ଆଜି ବାଧ୍ୟ ହୋଇ ଷ୍ଟେରିଂ ଛାଡିଛନ୍ତି ଆମ ବସ ଡ୍ରାଇଭର । ଆମ ବସରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନାନୁସାରେ, ରାଜଧାନୀ ଉପରେ ରାଜ୍ୟ ସରକାରଙ୍କ ତରଫରୁ ଆମ ବସ ପକାଯାଇ ଗମନା ଗମନ ପଥ ସୁଗମ କରିଛନ୍ତି । ସେଥିପାଇଁ ମଧ୍ୟ ଏକ ସଂସ୍ଥାକୁ ଆମ ବସର ଦାୟୀତ୍ୱ ଦିଆଯାଇଛି । କିନ୍ତୁ ରାଜଧାନୀରେ 43ଟି ଆମ ବସ କର୍ମଚାରୀ ମାନେ 42ଦିନ ହେଲା ଦରମା ପାଇ ନଥିବାରୁ ଆଜି ବାଧ୍ୟ ହୋଇ ପୋଖରୀପୁଟ ଡିପୋ ରେ 43ଆମ ବସର ଷ୍ଟେରିଂ ଛାଡ଼ି ଆନ୍ଦୋଳନରେ ବସିଥିବା ସୂଚନା ମିଳିଛି । ଆମ ବସ ରାଜଧାନୀରେ ବନ୍ଦ ଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହେଉଥିବା ଜଣାପଡିଛି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଇ ଡ୍ରାଇଭର ମାନଙ୍କର ସମସ୍ୟାର ସମାଧାନ କରନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି ।


