Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଶାଖାର ପୁନର୍ଗଠନ :ସଭାପତି ଭାବେ ଚିତ୍ତରଞ୍ଜନ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ଓ ସଂପାଦକ ବୈଦ୍ୟ ଭୂଷଣ ମନୋନୀତ

Published October 12, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖାର ପରିଚାଳନା କମିଟି ବୈଠକ ଫତେଗଡ଼ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଶାଖାର ପରିଚାଳନା କମିଟି ପୁନର୍ଗଠନ କରାଯାଇ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଚିତ୍ତରଞ୍ଜନ ମିଶ୍ର ନୂତନ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ରବୀନ୍ଦ୍ର କୁମାର ଦାସ କାର୍ଯ୍ୟକାରୀ ସଭାପତି ଏବଂ ବୈଦ୍ୟ ଭୂଷଣ ମହାପାତ୍ର ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ସଂଘର ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକକୁ ଭାପୁର ଶାଖା ପକ୍ଷରୁ ପରିଚାଳନା କରାଯାଇଥିଲା। ବୈଠକରେ ଆଗାମୀ ବର୍ଷ ପାଇଁ ସଦସ୍ୟତା ନବୀକରଣ ସମ୍ପର୍କରେ ଆଲୋଚନା ହେବା ସହ ବ୍ଲକ୍ ସଂଯୋଜକମାନଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯାଇଥିଲା। ସଂଯୋଜକମାନେ ଚଳିତ ବର୍ଷର ସଦସ୍ୟ ତାଲିକା ଓ ନବୀକରଣ ଦେୟ ବୈଠକରେ ପ୍ରଦାନ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ନୂତନ ସଭାପତି ଭାବେ ଚିତ୍ତରଞ୍ଜନ ମିଶ୍ରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଅନ୍ୟ ପଦାଧିକାରୀଙ୍କ ମଧ୍ୟରେ ଉପସଭାପତି ଭାବେ ପ୍ରଫୁଲ୍ଲ କୁମାର ଦାଶ ଓ ଶୁଭେନ୍ଦ୍ର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭାବେ ଅଶୋକ ମହାପାତ୍ର, ଅନୀଲ କୁମାର ପଣ୍ଡା ଓ ସଂଗ୍ରାମ କେଶରୀ ପଟ୍ଟନାୟକ ମନୋନୀତ ହୋଇଛନ୍ତି। ସେହିପରି ବିଶ୍ୱଜିତ୍ ନାୟକ କୋଷାଧ୍ୟକ୍ଷ ଏବଂ ଦେବୀ ପ୍ରସାଦ ଦାଶ, ଶିବଦତ୍ତ ପାତ୍ର, ପ୍ରଭାତ ବରାଡ଼, ଚିରଞ୍ଜିବୀ ଦାଶ, ନିହାର ପଟ୍ଟନାୟକ ଓ ସାରସ କୁମାର ମିଶ୍ର ସାଂଗଠନିକ ସମ୍ପାଦକ ଭାବେ ଚୟନ ହୋଇଛନ୍ତି।

ରାମକୃଷ୍ଣ ରଥ ଓ ଚନ୍ଦ୍ର ବିଜୟୀ ମିଶ୍ର ସମୀକ୍ଷକ ଭାବେ ମନୋନୀତ ହୋଇଥିବା ବେଳେ ବିଭୂତି ଭୂଷଣ ସ୍ୱାଇଁ ଓ ଜନ୍ମେଜୟ ଦଳେଇ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ ପାଇଛନ୍ତି। ଜିଲ୍ଲା ଶାଖାର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଏସ୍‌.ଏ. ମନାନ, ପ୍ରଦୀପ୍ତ ପଟ୍ଟନାୟକ, ରବୀନ୍ଦ୍ର ପଟ୍ଟନାୟକ ଓ ସନାତନ ଷଡ଼ଙ୍ଗୀଙ୍କୁ ଚୟନ କରାଯାଇଛି।ବ୍ୟକ୍ତିଗତ କାରଣରୁ ପୂର୍ବତନ ସଭାପତି ଶ୍ରୀକାନ୍ତ ଖଟେଇ ରାଜ୍ୟ ସଭାପତିଙ୍କ ନିକଟରେ ଇସ୍ତଫା ଦେଇଥିବା ବିଷୟ ବୈଠକରେ ଜଣାଯାଇଥିଲା। ସେ ଆଗାମୀ ଦିନରେ ରାଜ୍ୟ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ନେଇ ରାଜ୍ୟ ସଭାପତିଙ୍କ ସହ ଆଲୋଚନା କରିଥିବା ସୂଚନା ଦିଆଯାଇଥିଲା। ରାଜ୍ୟ ସଭାପତି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବୈଠକରେ ଯୋଗଦେଇ ଏ ସମ୍ପର୍କରେ ଅବଗତ କରାଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ପୂର୍ବଭଳି ନିଜ ଦାୟିତ୍ୱ ତୁଲାଇବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ସଂଘର ନିର୍ବାଚନ ଶେଷ ହେବା ପରେ ଆସନ୍ତା ଡିସେମ୍ବର ମାସରେ ଜିଲ୍ଲା ଶାଖାର ସାଧାରଣ ସଭା ଆୟୋଜନ କରିବାକୁ ବୈଠକରେ ସ୍ଥିର ହୋଇଛି। ଏଥିସହ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ସଂଘର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ଏବଂ ପ୍ରତି ତିନି ମାସରେ ଭିନ୍ନ ଭିନ୍ନ ବ୍ଲକ୍‌ରେ ବୈଠକ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଆଗାମୀ ଦିନରେ ସାମ୍ବାଦିକମାନଙ୍କ କଲ୍ୟାଣ ସହ ସମାଜର ବିଭିନ୍ନ ଜନହିତକର କାର୍ଯ୍ୟରେ ସଂଘ ସକ୍ରିୟ ଭୂମିକା ନିର୍ବାହ କରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ସଭାପତି ଓ ସଂଯୋଜକମାନେ ଯୋଗଦେଇଥିଲେ। ଶେଷରେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକ ଉପସ୍ଥିତ ସଦସ୍ୟମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 12, 2026 October 12, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ
ଜିଲ୍ଲା ଖବର
ନୟାଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର:୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ
ଆଞ୍ଚଳିକ ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ

Odisha Lekha October 15, 2026
ଜିଲ୍ଲା ଖବର

ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍

Odisha Lekha October 14, 2026
ଜିଲ୍ଲା ଖବର

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ

Odisha Lekha October 14, 2026
ଜିଲ୍ଲା ଖବର

ରାଜ୍ୟ ପୋଲିସ ଡ୍ୟୁଟି ମିଟ୍‌ରେ ଏସ୍‌ଆଇ ସ୍ୱାଗତଙ୍କ କୃତିତ୍ୱ

Odisha Lekha October 11, 2026
ଜିଲ୍ଲା ଖବର

କଲେଜ ଅଧ୍ୟକ୍ଷଙ୍କୁ ବିଧାୟକ ଅରୁଣଙ୍କ ଚେତାବନୀ : ହାଇକୋର୍ଟର ଦ୍ୱାର ଖଟଖଟେଇବି,ଆପଣଙ୍କୁ ଟାଣିକି ନେବି

Odisha Lekha October 10, 2026
ଜିଲ୍ଲା ଖବର

ବଦଳିଲେ ଗଣିଆ ଓ ରଣପୁର ବିଡିଓ

Odisha Lekha October 9, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?