ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ନିର୍ବାଚନ ବାତିଲ ପ୍ରତିବାଦରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ କଲେଜ ଅଧ୍ୟକ୍ଷଙ୍କ ଉପରେ ବର୍ଷିଛନ୍ତି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ। ନିର୍ବାଚନ ବାତିଲକୁ ଅବୈଧ ବୋଲି ଅଭିହିତ କରିବା ସହ ଏହା ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ସେ ଚେତାବନୀ ଦେଇଛନ୍ତି। ଆନ୍ଦୋଳନ ସମୟରେ ବିଧାୟକ ଡ଼ ସାହୁ କଲେଜ ଅଧ୍ୟକ୍ଷଙ୍କୁ ଉଦ୍ଦେଶ୍ୟ କରି, “ହାଇକୋର୍ଟର ଦ୍ୱାର ଖଟଖଟେଇବି, ଆପଣଙ୍କୁ ଟାଣିକି ନେବି” ବୋଲି କହିଥିବା ଜଣାପଡ଼ିଛି। ନିର୍ବାଚନ ବାତିଲ ପଛରେ କେଉଁ କାରଣ ରହିଛି ଏବଂ କେଉଁ ଆଧାରରେ ଏଭଳି ନିଷ୍ପତ୍ତି ନିଆଗଲା, ତାହାକୁ ନେଇ ବିବାଦ ତୀବ୍ର ହୋଇଛି। ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ବିଧାୟକଙ୍କ ଏହି ଚେତାବନୀ ଘଟଣାକୁ ଆହୁରି ଚର୍ଚ୍ଚାକୁ ଆଣିଛି। ଏବେ ନିର୍ବାଚନ ବାତିଲ ପ୍ରସଙ୍ଗରେ କଲେଜ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି ଏବଂ ବିଧାୟକଙ୍କ ଘୋଷଣା ଅନୁଯାୟୀ ମାମଲା ହାଇକୋର୍ଟକୁ ଯାଉଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

