ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ଅଧୀନରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ବୈଠକରେ ସଂଘର ସାଙ୍ଗଠନିକ କାର୍ଯ୍ୟକଳାପ, ସଦସ୍ୟମାନଙ୍କ ସମସ୍ୟା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା।ସର୍ବସମ୍ମତିକ୍ରମେ ଦାଶରଥି କାଠୁଆଙ୍କୁ ସଭାପତି ଏବଂ ବିପିନ ବିହାରୀ ପରିଡାଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଛି। ସେହିପରି ଚିତ୍ତରଞ୍ଜନ ବେହେରା ଉପସଭାପତି, ପାର୍ଥ ସାରଥୀ ଯାନୀଙ୍କୁ ସହସମ୍ପାଦକ ଏବଂ ତାପସ ରଞ୍ଜନ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ କର୍ମକର୍ତ୍ତାମାନେ ସଂଘକୁ ଆହୁରି ସୁଦୃଢ଼ କରିବା ସହିତ ସଦସ୍ୟମାନଙ୍କ ସମସ୍ୟାର ସମାଧାନ, ସାଙ୍ଗଠନିକ ଏକତା ଏବଂ ସାମୂହିକ ଉନ୍ନତି ଦିଗରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଛନ୍ତି। ବୈଠକରେ ସଂଘର ବିଭିନ୍ନ ସଦସ୍ୟ ଉପସ୍ଥିତ ରହି ନୂତନ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

