Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଯତ୍ନ ଓ ସୁରକ୍ଷା ଆବଶ୍ୟକ ଶିଶୁଙ୍କ ପାଇଁ ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ

Published September 1, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ଶିକ୍ଷା, ସାଧାରଣ ଜ୍ଞାନ, କୌଶଳ ଓ ବୃତ୍ତିମୂଳକ ଶିକ୍ଷା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ ଲକ୍ଷ୍ୟରେ ଭୁବନେଶ୍ୱରକୁ ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ଉପସ୍ଥିତିରେ ଶିଶୁମାନଙ୍କୁ ନେଇ ଯାଉଥିବା ବସ୍‌କୁ ସବୁଜ ପତାକା ଦେଖାଇ ଏହି ଗସ୍ତର ଶୁଭାରମ୍ଭ କରିଥିଲେ।ଏହି ଶିକ୍ଷଣୀୟ ପରିଦର୍ଶନ ଗସ୍ତରେ ନୟାଗଡ଼ ଜିଲ୍ଲାର ୫୦ ଜଣ ଶିଶୁ ଅଂଶଗ୍ରହଣ କରିଛନ୍ତି।

ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ (IHM) ଏବଂ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରି ଶିଶୁମାନେ ହୋଟେଲ ପରିଚାଳନା, ବିଭିନ୍ନ କୌଶଳ ଓ ବୃତ୍ତିମୂଳକ ଶିକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିବା ଉପରେ ପଚାରି ବୁଝିଥିଲେ। ଏହା ମାଧ୍ୟମରେ ଭବିଷ୍ୟତ କ୍ୟାରିୟର ଓ ଚାକିରିର ବିଭିନ୍ନ ସୁଯୋଗ ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଯିବ। ପାଠ୍ୟପୁସ୍ତକ ଜ୍ଞାନ ସହିତ ପ୍ରତ୍ୟକ୍ଷ ଅନୁଭୂତି ମାଧ୍ୟମରେ ଶିଶୁମାନଙ୍କ ଜ୍ଞାନର ପରିସରକୁ ବ୍ୟାପକ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଶିଶୁମାନଙ୍କ ସୁରକ୍ଷା, ଯତ୍ନ ଓ ସାମଗ୍ରିକ ବିକାଶ ସହିତ ସେମାନଙ୍କ ମାନସିକ, ସାମାଜିକ ଓ ସୃଜନଶୀଳ ବିକାଶକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଛି।

କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟନ ପ୍ରଧାନ, ଅନୁଷ୍ଠାନିକ ଯତ୍ନ ଅଧିକାରୀ ସତ୍ୟ ରଞ୍ଜନ ଦାଶ, ଅଣ-ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶୈଳବାଳା ଦାଶ, ସାମାଜିକ କର୍ମୀ ସୁନିତା ସାହୁଙ୍କ ସମେତ ସମ୍ପୃକ୍ତ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ଗସ୍ତକୁ ନେଇ ଶିଶୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ଏଭଳି ଅନୁଭୂତିମୂଳକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଶିଶୁମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହେବା ସହିତ ନୂତନ କୌଶଳ ଓ କ୍ୟାରିୟର ସୁଯୋଗ ସମ୍ପର୍କରେ ଜାଣିବାରେ ସହାୟତା କରିବ ବୋଲି ମତ ପ୍ରକାଶ ପାଇଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 1, 2026 September 1, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନାଟୁଗାଁରେ ମୁକୁଳା ପଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର: ଟିପିସିଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଲେ ଅରୁଣ
ଆଞ୍ଚଳିକ ଖବର
ବରିଷ୍ଠ ଆଇନଜୀବୀ ଜୟଦେବ ନାୟକଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲା ଓକିଲ ସଂଘର ଶୋକସଭା
ଆଞ୍ଚଳିକ ଖବର
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ

ଅଧିକ ପଢନ୍ତୁ

ଜିଲ୍ଲା ଖବର

ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା

Odisha Lekha August 31, 2026
ଜିଲ୍ଲା ଖବର

“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ

Odisha Lekha August 31, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର:ରୋଗୀଙ୍କୁ ମିଳୁନି ବେଡସିଟ୍ !

Odisha Lekha August 31, 2026
ଜିଲ୍ଲା ଖବର

ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ

Odisha Lekha August 30, 2026
ଜିଲ୍ଲା ଖବର

HSC ପରୀକ୍ଷା-୨୦୨୬ ସୁଚାରୁ ପରିଚାଳନା ଘଟଣା:ନୟାଗଡ଼ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସମ୍ମାନିତ କଲା ବୋର୍ଡ

Odisha Lekha August 29, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ଲାଇଫ୍ କେୟାର ଡାଇଗ୍ନୋଷ୍ଟିକ୍‌ରେ ଅଲଟ୍ରାସାଉଣ୍ଡ କରୁଥିବା ସରକାରୀ ଡାକ୍ତରଙ୍କୁ ନେଇ ଅଭିଯୋଗ:ନୟାଗଡ଼ରେ ଚାଲିଛି ବେଲଗାମ ରୋଗୀ ଶୋଷଣ:କଂଗ୍ରେସ

Odisha Lekha August 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?