Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନାଟୁଗାଁରେ ମୁକୁଳା ପଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର: ଟିପିସିଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଲେ ଅରୁଣ

Published September 1, 2026 ଆଞ୍ଚଳିକ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବ୍ଲକ ଅନ୍ତର୍ଗତ ନାଟୁଗାଁ ଗ୍ରାମପଞ୍ଚାୟତର ନାଟୁଗାଁ ଗ୍ରାମରେ ରାସ୍ତା ପାର୍ଶ୍ୱରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ନେଇ ଜନସଧାରଣଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଟ୍ରାନ୍ସଫର୍ମର ଚାରିପାଖରେ ଉପଯୁକ୍ତ ସୁରକ୍ଷା ବାଡ଼ କିମ୍ବା ସୀମା ପ୍ରାଚୀର ନଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି। ସୂଚନାନୁସାରେ, ନୟାଗଡ଼ ସଦର ବ୍ଲକ ନାଟୁଗାଁ ପଞ୍ଚାୟତ  ନିକଟରେ ଏକ ଗାଈ ଜୀବନ୍ତ ବିଦ୍ୟୁତ୍ ଉପକରଣ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ବେଳେ ଟ୍ରାନ୍ସଫର୍ମର ନିକଟରେ ବିଦ୍ୟୁତ୍ ଆଘାତରେ ଅନେକ ମାଙ୍କଡ଼ ମୃତ୍ୟୁବରଣ କରିଥିବା ମଧ୍ୟ ଜଣାପଡ଼ିଛି। ଏଭଳି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ବିଶେଷକରି ଟ୍ରାନ୍ସଫର୍ମରଟି ପଞ୍ଚାୟତ କାର୍ଯ୍ୟାଳୟ, ସରକାରୀ ହସ୍ପିଟାଲ୍ ଏବଂ ଗ୍ରାମର କ୍ରୀଡ଼ା, ମନୋରଞ୍ଜନ ପାର୍କ ଓ ଶ୍ମଶାନ ନିକଟରେ ରହିଛି। ଫଳରେ ପ୍ରତିଦିନ ଏହି ଅଞ୍ଚଳ ଦେଇ ଶହ ଶହ ଲୋକ, ବୟସ୍କ, ମହିଳା, ଶିଶୁ ଓ ରୋଗୀମାନେ ଯାତାୟାତ କରୁଛନ୍ତି। ଏଭଳି ସ୍ଥାନରେ ଅସୁରକ୍ଷିତ ଅବସ୍ଥାରେ ଟ୍ରାନ୍ସଫର୍ମର ରହିବା ଗୁରୁତର ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଟିପିସିଓଡିଏଲ୍‌ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଟ୍ରାନ୍ସଫର୍ମରଟିକୁ ଏକ ଉପଯୁକ୍ତ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା କିମ୍ବା ଏହା ଚାରିପାଖରେ ଶୀଘ୍ର ଏକ ଉପଯୁକ୍ତ ସୀମା ପ୍ରାଚୀର/ସୁରକ୍ଷା ବାଡ଼ ନିର୍ମାଣ କରିବା ପାଇଁ ସେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ ମାନବ ଜୀବନ ଓ ସମ୍ପତ୍ତିହାନିକୁ ଏଡ଼ାଇବା ପାଇଁ ବିଦ୍ୟୁତ୍ ବିଭାଗ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ପ୍ରତିରୋଧମୂଳକ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 1, 2026 September 1, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ ପ୍ୟାଲେସରେ ଦାଣ୍ଡିଆ ନୃତ୍ୟ ଉତ୍ସବ:ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ମହିଳା
ଜିଲ୍ଲା ଖବର ମନୋରଞ୍ଜନ
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା:ମୁଖ୍ୟ ଅଭିଯୁକ୍ତ ଜିତେନ ଗିରଫ:ଭୁବନେଶ୍ୱରରୁ ଧରି ଘଟଣାର ସିନ୍‌ ରିକ୍ରିଏସନ୍‌ କରାଇଲା ରଣପୁର ପୋଲିସ
ଅପରାଧ
ପିସିସି ଓବିସି ସେଲ୍‌ର ରାଜ୍ୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ କମଳ
ଜିଲ୍ଲା ଖବର ରାଜନୀତି
ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା:ବିନା ଅନୁମତିରେ ଡାକ୍ତର ଅନୁପସ୍ଥିତ:ସିଡିଏମ୍‌ଓଙ୍କ ଛାନଭିନ୍‌ ଆରମ୍ଭ
ଆଞ୍ଚଳିକ ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବର

ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା:ବିନା ଅନୁମତିରେ ଡାକ୍ତର ଅନୁପସ୍ଥିତ:ସିଡିଏମ୍‌ଓଙ୍କ ଛାନଭିନ୍‌ ଆରମ୍ଭ

Odisha Lekha October 17, 2026
ଆଞ୍ଚଳିକ ଖବର

କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ

Odisha Lekha October 16, 2026
ଆଞ୍ଚଳିକ ଖବର

ନୟାଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର:୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ

Odisha Lekha October 13, 2026
ଆଞ୍ଚଳିକ ଖବର

ନୟାଗଡ଼ରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜୟନ୍ତୀ ପାଳିତ:ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ସାହିତ୍ୟପ୍ରେମୀ

Odisha Lekha October 12, 2026
ଆଞ୍ଚଳିକ ଖବର

ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୋମାମାଡ଼: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା :ପୋଲିସର ତଦନ୍ତ ଆରମ୍ଭ

Odisha Lekha October 11, 2026
ଆଞ୍ଚଳିକ ଖବର

ଛାତ୍ର ସଂସଦ ନିର୍ବାଚନ ବାତିଲ,କ୍ୟାମ୍ପସ ଗଣତନ୍ତ୍ରର ହତ୍ୟା: କଂଗ୍ରେସ

Odisha Lekha October 10, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?