ନୟାଗଡ଼, (ଓଡ଼ିଶା ଲେଖା): ସକାଳର ବଡ଼ ଖବର। ୧୫ଫୁଟ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍। ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ୩ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛି। ଗୁରୁତର ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଭୁବନେଶ୍ଵର ରେଫର୍ କରାଯାଇଥିବା ବେଳେ ଆଉ ସମସ୍ତ ଯାତ୍ରୀ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ଜଣାପଡିଛି। ତେବେ ଏଭଳି ଦୁର୍ଘଟଣା ଘଟିଛି ଇଟାମାଟି ଥାନା ଅଞ୍ଚଳରେ।

ସୂଚନାନୁସାରେ, ଦାରିଙ୍ଗିବାଡିରୁ ଯାତ୍ରୀବାହି ବସ୍ ଓମ୍ ଚକାଡୋଳା ନୟାଗଡ଼ ବାଇପାସ୍ ଦେଈ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରୁଥିବା ବେଳେ ମଙ୍ଗଳ ବାର ବିଳମ୍ବିତ ରାତିରେ ଇଟାମାଟି-ସୁନାଲଟି ରାସ୍ତା ଦେଇ ଯାଇଥିବା ବାଇପାସ୍ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ରାସ୍ତାର ୧୫ଫୁଟ ତଳକୁ ଓଲଟି ପଡିଥିଲା। ଖବର ପାଇ ଇଟାମାଟି ପୋଲିସ, ଅଗ୍ନିଶମ ବାହୀନି, ୧୦୮ ଆମ୍ବୁଲାନ୍ସ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ବସ୍ ଥିବା ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୩ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ଭୁବନେଶ୍ଵର ରେଫର କରିଥିବା ଜଣାପଡିଛି। ସେପଟେ ଇଟାମାଟି ପୋଲିସ କାହିଁକି ଓ କଣ ପାଇଁ ବସ୍ ଟି ଓଲଟିଲା ତାହାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

