ନୟାଗଡ଼, (ଓଡ଼ିଶା ଲେଖା): ବାଣ ଭିଡୁଥିବା ବେଳେ ବିସ୍ଫୋରଣ। ବିସ୍ପୋରଣରେ ୬ଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ତେବେ ଏଭଳି ଭୟାନକ ଘଟଣା ଘଟିଛି ନୂଆଗାଁ ଥାନା ଅଞ୍ଚଳରେ। ସୂଚନାନୁସାରେ, ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା ଚାଲିଥିବା ବେଳେ ଲଙ୍କା ପୋଡ଼ି ପାଇଁ ବାଣ ଭିଡା ଚାଲିଥିଲା। ବାଣ ଭିଡୁଥିବା ସମୟରେ କୌଣସି କାରଣରୁ ବିସ୍ପୋରଣ ଘଟିଥିଲା। ବିସ୍ପୋରଣରେ ୬ଜଣ ଗୁରୁତର ଆହାତ ହୋଇଥିବା ସେମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ୬ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡିଛି। ସେପଟେ ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

