ଓଡ଼ିଶା ଲେଖା ଅଫିସ:ବର୍ତ୍ତମାର ବଡ଼ ଖବର । ବିମାନ ଉଡାଣର କିଛି ସମୟରେ ଘଟିଲା ଅଘଟଣ । ଦୁର୍ଘଟଣା ଗ୍ରସ୍ତ ହେଲା ଘରୋଇ ବିମାନ । କ୍ୟାପେଟନ ସହ ଛ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ରାଉରେକାଲରେ ଘରୋଇ ବିମାନ କ୍ରାସ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି, “ବିମାନଟି ରାଉରକେଲାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିଲା । ୮ରୁ ୧୦ କିଲୋମିଟର ଉଡ଼ାଣ ପରେ ଜାଲଦାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬ ଜଣ ଥିଲେ, ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ରହିଛି ।” ପାଇଲଟ୍ ସହ ବିମାନରେ ୬ ଜଣ ଥିଲେ । ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍କୁ ନିଆଯାଇଛି । ଘରୋଇ ବିମାନଟି ଇଣ୍ଡିଆ ୱାନ୍ ଏୟାର କମ୍ପାନୀର ଫ୍ଲାଇଟ୍ VT-102 । ଦିନ ଗୋଟାଏ ୧୫ ସମୟରେ ଜାଲ୍ଦାରେ ଜରୁରୀ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ କ୍ୟାପ୍ଟେନ ନବୀନ କାଡ଼ଙ୍ଗା, କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବଙ୍କ ସହ ୪ ଜଣ ଯାତ୍ରୀ ଥିଲେ । ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ, ସବିତା ଅଗ୍ରୱାଲ ବିମାନରେ ରାଉଲକେଲା ଭୁବନେଶ୍ୱର ଆସୁଥିଲେ । ଏହି ବିମାନରେ ୯ ଜଣ ଯାତ୍ରୀ ଗୋଟିଏ ଥରରେ ଯାଇ ପାରିବେ ।ବିମାନ ଦୁର୍ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଭଗବାନଙ୍କ ଆଶୀର୍ବାଦରୁ ବଡ଼ ଅଘଟଣ ଟଳି ଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।

