ନରସିଂହପୁର, (ଓଡ଼ିଶା ଲେଖା): ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ସ୍ବାସ୍ଥ୍ୟ ସେବା । ସ୍ବାସ୍ଥ୍ୟ ସେବା ଠାରୁ ଦୂରରେ ରହିଆସୁଥିବା ଲୋକ ମାନଙ୍କୁ ଯୋଗାଇ ଦିଆଗଲା ମାଗଣା ସ୍ବାସ୍ଥ୍ୟ ସେବା । ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନା ଗମନର ଘନ ଅନ୍ଧକାର ଭିତରେ ରହିଆସୁଥିଲା ଦଲକ ଗାଁ । କଟକ ଜିଲ୍ଲାର ନରସିଂହପୁର ବ୍ଲକ ଅଧିନସ୍ଥ ଦେବଭୂଇଁ ପଞ୍ଚାୟତ ଅନ୍ତର୍ଗତ ଦଲକ ଗ୍ରାମର ଆବାଳ ବୃଦ୍ଧବନିତାଙ୍କ ସହ ମୁକ୍ତି ସଂଗଠନ (ନରସିଂହପୁର)ର ସମର୍ପିତ ସାଥି ମାନଙ୍କର ପାରସ୍ପରିକ ଆନ୍ତରିକତାର ଏକ ଭାବାବେଗ ମୁହୂର୍ତ ଥିଲା । ସମ୍ପୂର୍ଣ ସ୍ୱତନ୍ତ୍ର ତଥା ନିଆରା ଅନୁଭୂତି।

ଆଜି ମୁକ୍ତି ସଂଗଠନର ନିବେଦନ କ୍ରମେ କାନପୁର ଗୋଷ୍ଠି ଶ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଦେବାଶିଷ ଜ୍ୟେଷ୍ଠୀ ସଦଳ ବଳେ ଉକ୍ତ ଦୁର୍ଗମ ଅଂଚଳରେ ପହଂଚି ମାଗଣା ସ୍ଵାସ୍ଥ୍ୟ ସେବା ଶିବିରରେ ଗ୍ରାମର କୁନି କୁନି ଛୁଆଙ୍କ ଠାରୁ ଆରମ୍ଭ କରି ବାଳବୃଦ୍ଧ ସମସ୍ତଙ୍କ ର ଚିକିତ୍ସାଗତ ସହାୟ ଏବଂ ମାଗଣା ଔଷଧ ବିତରଣ କରିଥିବାରୁ ମୁକ୍ତି ସଂଗଠନ ତରଫରୁ ଆନ୍ତରିକ କୃତଜ୍ଞତା ଜଣାଇବା ଅବସରରେ ଆଗାମୀ ଦିନରେ ଏଭଳି ଯନ୍ତ୍ରଣା ଜର୍ଜରିତ ଦୁର୍ଗତ ମଣିଷ କୁ ଏଭଳି ନିଶ୍ୱାର୍ଥ ସେବା ଅକୁଣ୍ଠ ଚିତ୍ତ ରେ ଯୋଗାଇ ଦେବା ପାଇଁ ପ୍ରତିଜ୍ଞା ବଧ ହୋଇଥିଲା ।

ସଂଗଠନ ତରଫରୁ ଗଣତାନ୍ତ୍ରିକ ରାଷ୍ଟ୍ରର ଶାସକ ଓ ପ୍ରଶାସକଙ୍କୁ ଏ ଅଂଚଳର ସମସ୍ୟା ସମାଧାନ ନିମିତ୍ତ ମୁକ୍ତି ସଂଗଠନ ତରଫରୁ ଦାବି କରାଯାଇଛି। ଆସନ୍ତୁ ଜାତି ଧର୍ମ ବର୍ଣ ନିର୍ବିଶେଷରେ ତଥା କଥିତ ରାଜନୀତିର ବହୁ ଉର୍ଦ୍ଧରେ ରହି ହାତ କୁ ହାତ ମିଶାଇ ସମସ୍ୟା ଜର୍ଜରିତ ମଣିଷ ଏବଂ ଅଂଚଳ ପାଇଁ ଆମେ ସାଜିବା ସମାଧାନର ଅମୋଘ ବଜ୍ର ଶକ୍ତି ହେବା ବୋଲି ମୁକ୍ତି ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି ।


