ନରସିଂହପୁର, (ଓଡ଼ିଶା ଲେଖା):ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ କ୍ଲବ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଯୋଗ ଦେଇଥିଲେ। ଚାଷୀ କିପରି ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି ଉନ୍ନତ ମାନର ମତ୍ସ୍ୟ ଚାଷ ଓ ଗୋପାଳନ କରି ଉପକୃତ ହେବେ ଓ ଆତ୍ମନିର୍ଭରଶୀଳ ହୋଇ ପାରିବେ ସେ ସମ୍ବନ୍ଧରେ ଜିଲ୍ଲା ମତ୍ସ୍ୟ ଉପ ନିର୍ଦ୍ଦେଶକ ବବିତା ମହନ୍ତ ବୁଝାଇଥିଲେ। ମତ୍ସ୍ୟଚାଷ ଓ ଗୋପାଳନ ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ବାରା ଉପଲବ୍ଧ ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସୁଶାନ୍ତ କୁମାର ନାୟକ ଆଲୋକପାତ କରିଥିଲେ । ଅନୁଷ୍ଠିତ ମେଳାରେ ନରସିଂହପୁର ର ୩୭ଟି ପଞ୍ଚାୟତର ପ୍ରାୟ ୪୦୦ରୁ ଉର୍ଦ୍ଧ୍ଵ ଚାଷୀ ଯୋଗ ଦେଇଥିଲେ।


