ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସାମ୍ବାଦିକ ଭବନର ନବନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିଛନ୍ତି। ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ନୂତନ କର୍ମକର୍ତ୍ତା ଓ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ଶପଥ ପାଠ କରାଯାଇଥିଲା। ସାମ୍ବାଦିକ ଭବନର ନୂତନ ସଭାପତି ଭାବେ ରଜତ ପଟ୍ଟନାୟକ, ଉପସଭାପତି ପ୍ରଶାନ୍ତ କୁମାର ଜେନା, ସମ୍ପାଦକ ଅନୱାର ଅଲ୍ଲୀ, ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ନାୟକ ଏବଂ କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ନାୟକ ଶପଥ ଗ୍ରହଣ କରିଥିଲେ। ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଅଶୋକ କୁମାର ସାଥୁଆ, ବାସୁଦେବ ମହାନ୍ତି, ମହେଶ ମିଶ୍ର, ରସାନନ୍ଦ ସ୍ୱାଇଁ, ଦିନମଣୀ ମହାନ୍ତି, କୈଳାଶ ଚନ୍ଦ୍ର ସିଅ, ରବୀନ୍ଦ୍ର ଦାଶ ଓ ଗଗନ ମହାପାତ୍ର ଶପଥ ଗ୍ରହଣ କରିଥିଲେ।

ସାମ୍ବାଦିକ ଭବନର ନିର୍ବାଚନ କମିଟି ସଦସ୍ୟ ଧୀରେନ୍ଦ୍ର ପଟ୍ଟନାୟକ, କ୍ଷୀରୋଦ କୁମାର ପଟ୍ଟନାୟକ, ଗୌରୀ ଶଙ୍କର ଦାଶ ଓ ଜନ୍ମେଜୟ ମହାନ୍ତି ନବନିର୍ବାଚିତ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ଉତ୍ସବ ପରେ ନବନିର୍ବାଚିତ କର୍ମକର୍ତ୍ତା, ସଦସ୍ୟ ଓ ଉପସ୍ଥିତ ସାମ୍ବାଦିକମାନେ ପ୍ରୀତିଭୋଜନରେ ସାମିଲ ହୋଇଥିଲେ। ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ ପରେ ସାମ୍ବାଦିକ ଭବନର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ସହ ସାମ୍ବାଦିକମାନଙ୍କ ସ୍ୱାର୍ଥ ଓ ସାମ୍ବାଦିକତାର ବିକାଶ ଦିଗରେ କାର୍ଯ୍ୟ କରାଯିବ ବୋଲି ଆଶା ପ୍ରକାଶ ପାଇଛି।

