ନୟାଗଡ଼: (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରୋଡ଼ରେ ଥିବା ହୋଟେଲ ପ୍ରିନ୍ସ ପକ୍ଷରୁ ଆୟୋଜିତ ‘ଗ୍ରାଣ୍ଡ କ୍ରିଏଟର୍ସ ଆୱାର୍ଡ’ ଏକ ରଙ୍ଗାରଙ୍ଗ ଓ ଆକର୍ଷଣୀୟ କାର୍ଯ୍ୟକ୍ରମ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ପ୍ରତିଭାବାନ କଣ୍ଟେଣ୍ଟ କ୍ରିଏଟର, ବ୍ଲଗର୍, ୟୁଟ୍ୟୁବର୍ ଓ ଡିଜିଟାଲ୍ ଷ୍ଟୋରିଟେଲରମାନଙ୍କ ପ୍ରତିଭାକୁ ସମ୍ମାନ ଓ ପ୍ରୋତ୍ସାହନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଶିଷ୍ଟ ବକ୍ତା ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସମାନ୍ତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ୟଙ୍ଗ କବି ଡ଼ କୁଳାଙ୍ଗାର, ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି, ରବିନ୍ଦ୍ର ରାଉତଙ୍କ ଉପସ୍ଥିତି ଅନୁଷ୍ଠାନକୁ ଅଧିକ ଗରିମାମୟ କରିଥିଲା।

ଅତିଥିମାନଙ୍କ ମୂଲ୍ୟବାନ ବକ୍ତବ୍ୟ ଓ ପ୍ରେରଣାଦାୟକ ଶବ୍ଦ ଉପସ୍ଥିତ ସୃଜନଶୀଳ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲା। ଅଞ୍ଚଳର ଡିଜିଟାଲ୍ ପ୍ରତିଭାମାନଙ୍କୁ ଏକ ମଞ୍ଚରେ ଏକତ୍ରିତ କରି ସେମାନଙ୍କ ସୃଜନଶୀଳତାକୁ ସମ୍ମାନ ଦେବା ପାଇଁ ହୋଟେଲ ପ୍ରିନ୍ସର ପରିଚାଳନା ନିର୍ଦ୍ଦେଶକ ମାମୁନ ରୌଫଙ୍କ ଭୂମିକାକୁ ପ୍ରଶଂସା କରାଯାଇଛି। ଏହି ଭବ୍ୟ ଆୟୋଜନର ହୋଷ୍ଟ ଭାବେ ଯୋଗଦେଇଥିବା ବ୍ୟକ୍ତି କହିଛନ୍ତି ଯେ, ଏତେ ସଂଖ୍ୟକ ପ୍ରତିଭାବାନ ଓ ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କ ସହ ଏଭଳି ଏକ ସଜୀବ କାର୍ଯ୍ୟକ୍ରମର ଅଂଶ ହେବା ତାଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି। ଏହି ଅବସରରେ ମିଳିଥିବା ଭଲପାଇବା, ସମ୍ମାନ ଓ ସୁଯୋଗ ପାଇଁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି।

