ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସାମ୍ବାଦିକ ଭବନର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନରେ ରଜତ କୁମାର ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।ସେହିପରି ସଂପାଦକ ଭାବେ ଅନଓ୍ବର ଅଲ୍ଲୀ, ଯୁଗ୍ମ ସଂପାଦକ ଭାବେ ସନ୍ତୋଷ କୁମାର ନାୟକ, ଉପସଭାପତି ଭାବେ ପ୍ରଶାନ୍ତ କୁମାର ଜେନା ଏବଂ କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ନାୟକ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପରେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସାମ୍ବାଦିକ ଓ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି। ନୂତନ କର୍ମକର୍ତ୍ତାମାନେ ସାମ୍ବାଦିକ ଭବନର ବିକାଶ ସହ ସାମ୍ବାଦିକମାନଙ୍କ ସ୍ୱାର୍ଥ ଓ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି।

